fbpx
BSKY SKY
BSKY SKY

ନିୟମ କୋହଳର ପ୍ରଥମ ଦିନରେ ହିଁ ହନୁମାନ ଜୀଙ୍କୁ ଥାନାରେ ପହଞ୍ଚାଇଲେ ଭକ୍ତ

BSKY

ମନ୍ଦିର ଖୋଲିବାକୁ ଅନୁମତି ମିଳିବାର ପ୍ରଥମ ଦିନରେ ହିଁ ଭଗବାନ୍ ହନୁମାନ ଜୀଙ୍କୁ ସିଧାସଳଖ ଥାନାରେ ପହଞ୍ଚାଇଦେଲେ ଭକ୍ତ । ପୂଜା-ପାଠ ପାଇଁ ନିୟମକୁ କୋହଳ କରିବା ପରେ ବିବାଦ ଆରମ୍ଭ ହୋଇଥିଲା ଓ ପରେ ଏହି ମାମଲା ପୋଲିସ ଷ୍ଟେସନରେ ପହଞ୍ଚିଯାଇଥିଲା । ଏଭଳି ଏକ ବିରଳ ଘଟଣା ବେଗୁସରାଇର ତେଗ୍ରା ପୋଲିସ ଷ୍ଟେସନରେ ଦେଖିବାକୁ ମିଳିଛି । ସ୍ଥାନୀୟ ସ୍ତରରେ ବିବାଦ ବଢିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

ତେବେ ହନୁମାନ ଜୀ କଣ ପାଇଁ ଥାନାରେ ପହଞ୍ଚିଥିଲେ? ଆସନ୍ତୁ ଜାଣିବା କାରଣ..

ବେଗୁସରାଇର ରାସ୍ତା କଡରେ ଥିବା ସରକାରୀ ଜମିରେ ୱାର୍ଡ ସଦସ୍ୟମାନେ ହନୁମାନଙ୍କ ପ୍ରତିମୂର୍ତ୍ତି ରଖିଦେଇଥିଲେ, ଯାହା ପରେ ଗାଁରେ ଆରମ୍ଭ ହୋଇଗଲା ଝଗଡା । ଝଗଡା ବଢିବାର ଦେଖି ଏସଡିପିଓ ଜଣେ ମାଜିଷ୍ଟେଟଙ୍କୁ ନିଯୁକ୍ତ କରି ହନୁମାନଙ୍କ ମୂର୍ତ୍ତିକୁ ପୋଲିସ ହେପାଜତକୁ ଆଣିଦେଇଥିଲେ । ଅଭିଯୋଗ ହୋଇଛି ଯେ, ହନୁମାନ ପ୍ରତିମାକୁ ସ୍ଥାନୀୟ ୱାର୍ଡ ସଦସ୍ୟ ଜାଣିଶୁଣି ରାସ୍ତାକଡରେ ରଖିଥିଲେ । କାହିଁକି ନା ଜଣେ ବ୍ୟକ୍ତି ସରକାରୀ ଜମି ପରେ ଏକ ଘରୋଇ ଜମିରେ ଘର ନିର୍ମାଣ କରି ରହୁଥିଲେ । ଫଳରେ ୱାର୍ଡ ସଦସ୍ୟ ଜଣକ ବିବାଦ ସୃଷ୍ଟି କରିବାକୁ ସେଠାରେ ଠାକୁରଙ୍କ ପ୍ରତିମୂର୍ତ୍ତି ରଖିଥିବା ପଞ୍ଚାୟତ ପକ୍ଷରୁ ମଧ୍ୟ କୁହାଯାଉଛି ।
ଗାଁରେ ବିବାଦ ହେବାରୁ ହନୁମାନ ଜୀଙ୍କ ପ୍ରତିମାକୁ ପୋଲିସ ଷ୍ଟେସନ ଅଣାଯାଇଛି । ବର୍ତ୍ତମାନ ଭଗବାନ୍ ହନୁମାନ ପୋଲିସ ଷ୍ଟେସନରେ ପୂଜା ପାଉଛନ୍ତି ।

Get real time updates directly on you device, subscribe now.