fbpx

ଏପରି ଏକ ମନ୍ଦିର, ଯେଉଁଠାରେ ହନୁମାନଙ୍କୁ ପୂଜା କରିଥାନ୍ତି ଇସଲାମ ଧର୍ମୀ: ଜାଣନ୍ତୁ କ’ଣ ରହିଛି ବିଶେଷତ୍ତ୍ୱ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ପ୍ରଭୁ ହନୁମାନଙ୍କ ମହତ୍ତ୍ୱ ବେଶ ରହିଛି । ତେବେ ତାଙ୍କର ପୂଜା କରିବା ଦ୍ୱାରା ରୋଗ ଶୋକ ଦୁଃଖ ଆଦି କମ ହୋଇଥାଏ ବୋଲି ବିବେଚନା କରାଯାଏ । ଏଥି ପାଇଁ ହନୁମାନଙ୍କ ପୂଜାକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ହନୁମାନ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଥିଲେ । ଏହି କାରଣରୁ ଭାରତର ଅନେକ ସ୍ଥାନରେ ହନୁମାନଙ୍କ ଅନେକ ମନ୍ଦିର ଏବଂ ପୀଠ ରହିଛି । କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଭଗବାନ ହନୁମାନଙ୍କ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ମୁସଲମାନ ମାନେ ମଧ୍ୟ ପୂଜା କରିବାକୁ ଆସିଥାନ୍ତି । ତେବେ ଏହା ଭାରତର ଅନ୍ୟ ହନୁମାନ ମନ୍ଦିରଠାରୁ ଭିନ୍ନ ଭାବରେ ଅବସ୍ଥିତ ।

ହିନ୍ଦୁ ଧର୍ମରେ ହନୁମାନଙ୍କ ସ୍ଥାନ ବହୁତ ଉଚ୍ଚ ବୋଲି ବିବେଚନା କରାଯାଏ । ପ୍ରଭୁ ହନୁମାନ ଅମର ଏବଂ ପୃଥିବୀର କୋଣ ଅନୁକୋଣରେ ତାଙ୍କର ଉପସ୍ଥିତି ରହିଛି ବୋଲି ବିଶ୍ୱାସ କରାଯାଇଥାଏ । ଯେଉଁଠାରେ ରାମାୟଣ ପାଠ କରାଯାଏ, ହନୁମାନ ସେଠାରେ ନିଶ୍ଚିତ ଭାବରେ ସେଠାରେ ଉପସ୍ଥିତ ଥାଆନ୍ତି କିନ୍ତୁ ଭାରତରେ ଏକ ମନ୍ଦିର ମଧ୍ୟ ଅଛି ଯେଉଁଠାରେ ହନୁମାନଙ୍କୁ ସେହି ମନ୍ଦିରରେ ମୁସଲମାନ ଲୋକମାନେ ମଧ୍ୟ ପୂଜା କରିବାକୁ ଆସନ୍ତି। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । କର୍ଣ୍ଣାଟକର ଗଡ଼ଗ ଜିଲ୍ଲାର କୋରିକୋପ୍ପା ଗ୍ରାମରେ ଥିବା ହନୁମାନ ମନ୍ଦିରକୁ ମୁସଲମାନ ସମ୍ପ୍ରଦାୟ ମଧ୍ୟ ପୂଜା କରିଥାନ୍ତି।

ତେବେ ଏହା ପଛରେ ଥିବା କାହାଣୀ ଅନୁଯାୟୀ, କର୍ଣ୍ଣାଟକର ଏହି ଗାଁରେ ବହୁ ବର୍ଷ ତଳେ ହଇଜା ବ୍ୟାପିଥିଲା । ଯେଉଁ କାରଣରୁ ଗାଁର ସମସ୍ତ ଲୋକ ଗାଁ ଛାଡ଼ି ଚାଲିଯାଇଥିଲେ । ଗାଁରେ ଥିବା ସମସ୍ତ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଗାଁ ଛାଡ଼ି ଚାଲିଯାଇଥିଲେ । କିନ୍ତୁ ସେହି ଗାଁରେ ଥିବା ଏହି ହନୁମାନ ମନ୍ଦିର ବେଶ ପ୍ରସିଦ୍ଧ ଥିଲା । ଘଟଣାକ୍ରମରେ ଏହି ମନ୍ଦିରରେ ଆଖପାଖ ଅଞ୍ଚଳର ଥିବା ମୁସଲମାନ ସମ୍ପ୍ରଦାୟର ଲୋକ ଏହି ମନ୍ଦିରରେ ଆସି ପୂଜା ପାଠ କରିବାକୁ ଲାଗିଥିଲେ । ଏହା ପରେ ସେଠାରେ ହଇଜା କମ ହୋଇଥିଲା । ସେବେଠାରୁ ଏହି ଗାଁରେ ମୁସଲମାନେ ମଧ୍ୟ ଏହି ହନୁମାନ ମନ୍ଦିରେ ପୂଜା କରିଆସୁଛନ୍ତି ।

Get real time updates directly on you device, subscribe now.