fbpx
BSKY
BJD SHG SKY
BJD YOUTH SKY

ତୁମେ ଜଗନ୍ନାଥ ତୁମେ ଶ୍ରୀରାମ: ପୁରୀରୁ ଅଯୋଧ୍ୟା, ଓଡ଼ିଶା-ଭାରତ-ବିଶ୍ୱ ସବୁଠି ଶୁଭୁଛି କେବଳ ତୁମରି ନାମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ବର୍ଷ ଯୁଗ ଯୁଗ ପାଇଁ ନିଶ୍ଚିତ ଭାବେ ସ୍ୱତନ୍ତ୍ର ହୋଇ ରହିବ । ଚଳିତ ମାସ ୧୭ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇ ଶ୍ରୀମନ୍ଦିର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଥିଲା । ସେହିପରି ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଧ୍ୱନି ସାରା ବିଶ୍ୱବାସୀଙ୍କ କାନରେ ଗୁଞ୍ଜରିତ ହେବ ।

ଓଡ଼ିଶାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର ମହିମା ଲାଭ କରି ଭକ୍ତମାନେ ଧନ୍ୟ ହୋଇଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅଯୋଧ୍ୟାର ମାଟି, ପାଣି, ପବନ ସତେ ଯେମିତି ଅମୃତ ପାଲଟି ଯାଇଛି । ଜଣେ ଜଗା ଆଉ ଜଣେ ରାମ । ଏହି ଦୁଇଟି ଶବ୍ଦ ଶୁଣିବା ପରେ ମନରୁ କୋଟି କୋଟି ବର୍ଷର ପାପ କ୍ଷୟ ହୋଇଯାଉଛି । କି ଅଦ୍ଭୂତ ସଂଯୋଗ, କି ନିଆରା ମୁହୂର୍ତ୍ତ । ପ୍ରଭୁଙ୍କର ନାମ ଅଲଗା ହେଲେ ବି ସେ ହିଁ ଜଣେ । ସେ ହିଁ ବିଶ୍ୱନିୟନ୍ତା । ରାମ, କୃଷ୍ଣ, ଜଗନ୍ନାଥ…. ଉଚ୍ଚାରଣରେ ଆଜି ଭାରତ ବିଶ୍ୱକୁ ଧର୍ମ, ସଂସ୍କୃତି, ପରମ୍ପରାକୁ ନେଇ ନୂଆ ବାର୍ତ୍ତା ଦେଇଛି ।

ଗୋଟିଏ ପଟେ ପୁରୀ ଅନ୍ୟପଟେ ଅଯୋଧ୍ୟା । ପ୍ରଭୁ ଜଗନ୍ନାଥଙ୍କ ପାଇଁ ଆଜି ପୁରୀ ବିଶ୍ୱ ମାନଚିତ୍ରରେ ଚମକି ଉଠିଥିବା ବେଳେ ରାମଲଲାଙ୍କ ପାଇଁ ଅଯୋଧ୍ୟା ଆଜି ବିଶ୍ୱ ପର୍ଯ୍ୟଟନ ହବରେ ପରିଣତ ହୋଇଛି । ବିଭିନ୍ନ ରୂପରେ ପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ସଂସାରରୁ ଅନ୍ୟାୟକୁ ଦୂର କରି ସ୍ୱର୍ଣ୍ଣର ସମାଜ ସ୍ଥାପନ ପାଇଁ ପ୍ରଭୁ ନୂଆ ଅବତାର ଗ୍ରହଣ କରିଛନ୍ତି । ପ୍ରଭୁଙ୍କର ଅପୂର୍ବ ଲୀଳାଖେଳାକୁ ବୁଝିବା ଭକ୍ତପାଇଁ ନିହାତି ମୁସ୍କିଲ ।

Get real time updates directly on you device, subscribe now.