fbpx
BJD SKY
BJD SKY

‘ବାଲକ ରାମ’ ଭାବରେ ପୂଜା ପାଇବେ ପ୍ରଭୁ ଶ୍ରୀରାମ: ଅଯୋଧ୍ୟାରେ ରାମଲାଲାଙ୍କର ହେଲା ନାମକରଣ

BJD

ନୂଆଦିଲ୍ଲୀ: ଅଯୋଧ୍ୟା ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି । ଏହା ପରେ ଆଜିଠାରୁ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଖୋଲାଯାଇଛି ମନ୍ଦିର । ତେବେ ଏହାସହିତ ଆଜି ପ୍ରଭୁ ଶ୍ରୀରାମଙ୍କ ବାଲ୍ୟ ବିଗ୍ରହଙ୍କର ନାମକରଣ ମଧ୍ୟ କରାଯାଇଛି । ଅଯୋଧ୍ୟାର ଭବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମ ‘ବାଲକ ରାମ’ ଭାବରେ ପୂଜା ପାଇବେ । ଅଯୋଧ୍ୟା ରାମ ମନ୍ଦିରରେ ପୂଜା ପାଉଥିବା ଠାକୁରଙ୍କ ନାମ ‘ବାଲକ ରାମ’ ରହିବା ନେଇ ସ୍ଥିର କରାଯାଇଛି । ରାମଲାଲା ପରିବର୍ତ୍ତେ ‘ବାଲକ ରାମ’ ଭାବରେ ଏଠାରେ ଅଯୋଧ୍ୟାପତି ପୂଜା ପାଇବେ ବୋଲି ପୂଜକ ଅରୁଣ ଦୀକ୍ଷିତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.