fbpx
BJD
BJD SKY
BJD SKY

ରୁଷିଆ-ୟୁକ୍ରେନ ଯୁଦ୍ଧରେ କାହାର କେତେ କ୍ଷତି ହୋଇଛି, ଜାଣନ୍ତୁ ବିସ୍ତୃତ ରିପୋର୍ଟ

BJD

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୭୨ ଘଣ୍ଟା ହୋଇଗଲାଣି । ଏହି ଭୟଙ୍କର ଯୁଦ୍ଧକୁ ସମଗ୍ର ବିଶ୍ୱବାସୀ କଡ଼ା ନିନ୍ଦା କରିଥିବା ବେଳେ ଦୁଇ ପକ୍ଷର ବହୁ ଧନଜୀବନ ନଷ୍ଟ ହୋଇଛି । ଏପରି ସ୍ଥଳେ ଘରୁ ନ ବାହାରିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କି ଦେଶବାସୀଙ୍କୁ ଚେତାବନୀ ଦେଇଛନ୍ତି । ଆସନ୍ତୁ ନଜର ପକାଇବା ଉଭୟ ରାଷ୍ଟ୍ରର କ୍ଷୟକ୍ଷତି ସମ୍ପର୍କରେ ।

– ଗତ ଗୁରୁବାର ଦିନ ରୁଷ ୟୁକ୍ରେନ ଉପରେ ହମଲା ଆରମ୍ଭ କରିଥିଲା । ରୁଷର ଆକ୍ରମଣରେ ୟୁକ୍ରେନ ରାଜଧାନୀ କିଭ୍ ଗୋଳାବାରୁଦର ଗର୍ଜରେ କମ୍ପି ଉଠିଥିଲା । ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଜାରି ରହିଥିଲା । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଜନସାଧାରଣ ନିଜର ଜୀବନ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ ।

– ଏହି ଆକ୍ରମଣକୁ ନିନ୍ଦା କରାଯାଇ ଯୁଦ୍ଧ ସମାପ୍ତ ପାଇଁ ମିଳିତ ଜାତିସଂଘରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା, ମାତ୍ର ରୁଷ୍ ନିଜର ଭିଟୋ ପାୱାର ଦ୍ୱାରା ତାହାକୁ ରୋକିବାରେ ସଫଳ ହୋଇଥିଲା । ଭରତ ଏହି ଭୋଟିଂ ଠାରୁ ଦୂରେଇ ରହିଥିବା ବେଳେ ମାତ୍ର ୧୧ ସଦସ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ।

– ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ଭିଡିଓ ଜାରି କରି କହିଥିଲେ ଯେ, ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ଆମର ହିରୋ ଯବାନମାନେ ନିଜକୁ ପ୍ରାଣବଳୀ ଦେଇ ସଂଗ୍ରାମ କରୁଛନ୍ତି ।

– ଜେଲେନସ୍କି ୟୁରୋପୀୟ ରାଷ୍ଟ୍ର ସମୂହ ଓ ନାଟୋ ଉପରେ ନିଜର କ୍ରୋଧ ବାଣ ଛାଡ଼ିଥିଲେ । ସେ କହିଥିଲେ ଯେ, ୟୁକ୍ରେନ ନାଟୋରେ ସାମିଲ ହେବାକୁ ଚାହୁଁଥିଲା, ମାତ୍ର ସମସ୍ତେ ରୁଷର ଡରରେ ଚୁପ୍ ରହିଥିଲେ ।

– ଯଦି ୟୁରୋପୀୟ ଦେଶଗୁଡ଼ିକ ଉଚିତ ପଦକ୍ଷେପ ଗ୍ରହଣ କରନ୍ତି, ତେବେ ଏହି ଯୁଦ୍ଧକୁ ରୋକିବା ସମ୍ଭବ ବୋଲି କହିଥିଲେ ୟୁକ୍ରେନ ରାଷ୍ଟ୍ରପତି ।

– ହମଲାର ପ୍ରଥମ ଦିନରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା କହିଥିଲେ । ଏହି ଅବସରରେ ମୋଦି ପୁଟିନଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ ।

– ୟୁକ୍ରେନ ସହିତ ଆଲୋଚନା ପାଇଁ ରୁଷ ରାଜି ଥିବା ରୁଷର ରାଷ୍ଟ୍ରପତି କାର୍ଯ୍ୟାଳୟର ମୁଖପାତ୍ର ସୂଚନା ଦେଇଥିଲେ । ଏହି ଆଲୋଚନା ବେଲାରୁସ ରାଜଧାନୀ ମିନସ୍କରେ ହେବ ଓ ୟୁକ୍ରେନର ସ୍ଥିତିକୁ ନ୍ୟୁଟ୍ରାଲ କରାଯିବ ବୋଲି ରୁଷ୍ ପକ୍ଷରୁ ସର୍ତ୍ତ ରଖାଯାଇଥିଲା ।

– ବର୍ତ୍ତମାନ ସୁଦ୍ଧା ରୁଷର ଏକ ହଜାରରୁ ଅଧିକ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହପରି ୟୁକ୍ରେନର ୧୩୭ ଜଣ ସୈନିକ ପ୍ରାଣବଳୀ ଦେଇଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

– ଏହି ଯୁଦ୍ଧରେ ରୁଷର ୪୫୦ ସୈନିକ ଓ ୟୁକ୍ରେନର ୧୯୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ବ୍ରିଟେନ ପକ୍ଷରୁ କୁହାଯାଇଥିଲା ।

– ସେହିପରି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନର ୨୧୧ଟି ମିଲିଟାରୀ ବେସକୁ ନଷ୍ଟ କରି ଦିଆଯାଇଛି ।

– ୟୁକ୍ରେନ କହିଛି ଯେ, ରୁଷର ୮୦ଟି ଟ୍ୟାଙ୍କ, ୫୧୬ଟି ଆରମୋରଡ ଭେହିକିଲ, ୭ଟି ହେଲିକପ୍ଟର, ୧୦ଟି ଏୟାରକ୍ରାଫ୍ଟ ଓ ୨୦ଟି କ୍ରୁଜ ମିସାଇଲକୁ ନଷ୍ଟ କରି ଦିଆଯାଇଛି ।

Get real time updates directly on you device, subscribe now.