fbpx
BSKY SKY
BSKY SKY

Google Pay ରେ ଲାଗିଲା ଲଟେରୀ ; କ୍ୟାସ୍ ବ୍ୟାକ୍ ଆସିଲା ୮୨ ହଜାର ଟଙ୍କା

BSKY

ନୂଆଦିଲ୍ଲୀ : ପ୍ରତିଟି ମନି ଟ୍ରାନ୍‌ଜାକ୍ସନ୍ ଆପରେ କ୍ୟାସ୍‌ଚ ବ୍ୟାକ୍ ପାଇବାର ସୁବିଧା ଥାଏ । କେତେ ଟଙ୍କା ଆପଣ କ୍ୟାସ୍ ବ୍ୟାକ୍‌ରେ ପାଇଛନ୍ତି । ୧୦୦, ୫୦୦ ବା ୧୦୦୦ ଟଙ୍କା କ୍ୟାସ୍ ବ୍ୟାକ୍ ପାଇଥିବେ । କିନ୍ତୁ ନିକଟରେ ଗୁଗୁଲ ପେ ଜଣେ ଉପଭୋକ୍ତାଙ୍କୁ ୮୧, ୮୪୦ ଟଙ୍କା କ୍ୟାସ୍ ବ୍ୟାକ୍ ମିଳିଛିି । ଏହା ଗୁଗୁଲ ର ୟୁଜର୍ସ ପ୍ରତି ଦୟାଳୁ ମନୋଭାବ ବୋଲି ଲୋକ କହୁଛନ୍ତି ।

ହଁ, ଜଣେ ଉପଭୋକ୍ତାମାନେ ନିଜେ ଏହା କହିଛନ୍ତି । ପିକ୍ସେଲ ଫୋନ୍ ବ୍ୟବହାରକାରୀଙ୍କ ସହିତ ଏହା ଘଟିଛି । ତ୍ରୁଟି ହେତୁ ଆମେରିକାର କିଛି ବ୍ୟବହାରକାରୀଙ୍କୁ ମାଗଣା ଟଙ୍କା ମିଳିଛି ।

ଗୁଗୁଲ୍ ପିକ୍ସେଲ୍ ସବ୍ରେଡିଟ୍ ଉପରେ ଏକାଧିକ ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନ ବ୍ୟବହାରକାରୀ ସେମାନଙ୍କ ଗୁଗୁଲ୍ ପେ ଆକାଉଣ୍ଟରେ ମନଇଚ୍ଛା କ୍ୟାସବ୍ୟାକ୍ ପୁରସ୍କାର ପାଇଛନ୍ତି।

ଏହାକୁ ସେ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ଗୁଗୁଲ ପେ ତାଙ୍କୁ ଏହି ଟଙ୍କା ଦେଇଛି ବୋଲି ସେ ଟ୍ୱୁଟ୍ କରିଛନ୍ତି ।

କିନ୍ତୁ ପରବର୍ତ୍ତୀ ସମୟରେ ଗୁଗୁଲ ପେ ଏହି ତ୍ରୁଟି ସଂସୋଧନ କରିଥିଲା । ଇ-ମେଳ୍ ମାଧ୍ୟମରେ ଏକ ସ୍ପଷ୍ଟୀକରଣ ପଠାଇ ଏହି ଟଙ୍କାକୁ ସେ ପ୍ରତ୍ୟାହାର କରି ନେଇଥିଲା ।

Get real time updates directly on you device, subscribe now.