ପ୍ରେମ, ଧୋକା, ଶେଷରେ ଆତ୍ମହତ୍ୟା

ପ୍ରେମରେ ଧୋକା ଖାଇବା ପରେ ଠିକ କେଉଁଟା ଭୁଲ କେଉଁଟା ନଜାଣିପାରି ଆତ୍ମହତ୍ୟା କରିଦେଲା ପ୍ରେମିକ

ଉତ୍ତରପ୍ରଦେଶ: ଆଜିକା ସମୟରେ ପ୍ରେମ ଆଉ ଧୋକା ଏକ ସାମାନ୍ୟ କଥା ହୋଇଗଲାଣି। ପ୍ରାୟତଃ ଜାଗାରେ ଆପଣ ଶୁଣୁଥିବେ ଭଲପାଇ କିଏ ଆତ୍ମହତ୍ୟା କରୁଛି ତ କିଏ କାହାକୁ ଜୀବନରୁ ମାରିଦେଉଛି। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ପ୍ରେମରେ ଧୋକା ପାଇବା ପରେ ସହି ନପାରି ଜଣେ ଯୁବକ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଉତ୍ତର ପ୍ରଦେଶର ଆଉରିଆ ଜିଲ୍ଲା ଅନ୍ତର୍ଗତ କୋତୱାଲି ଅଞ୍ଚଳର ଜଣେ ଯୁବକ ରୌନକ ପାଣ୍ଡେ ପ୍ରାୟ ଗୋଟିଏ ବର୍ଷ ଧରି ବ୍ରହ୍ମନଗରର ଜଣେ ଝିଅକୁ ଭଲ ପାଉଥିଲେ। ଦୁହେଁ ପରସ୍ପରକୁ ବିବାହ କରିବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ। କିନ୍ତୁ ହଠାତ ଝିଅ ଜଣକ ରୌନକକୁ କହିଲେ କି ମୁଁ ଆଉ ତୁମ ସହ ରହିବାକୁ ଚାଁହୁନାହିଁ। ମୁଁ ଆଉ ଜଣଙ୍କୁ ଭଲ ପାଉଛି ।

ଏହା ଶୁଣି ରୌନକ ପ୍ରଥମେ ବିଶ୍ୱାସ କରିଲେ ନାହିଁ। କିନ୍ତୁ ଝିଅଟି ବାରମ୍ବାର କହିଲା ପରେ ରୌନକ କଥାକୁ ବିଶ୍ୱାସ କରି କହିଲେ ଯେ, ଆମ ଭିତରେ ଯାହା ସବୁ ବର୍ଷେ ହେଲାଣି ଚାଲିଛି ସେସବୁ ତାହାଲେ କଣ? ଝିଅଟି ଏକଥା ଶୁଣି ସଂଗେ ସଂଗେ ଉତ୍ତର ଦେଇଥିଲା ଯେ, ମୁ ତୁମ ସହ ଟାଇମ ପାସ୍ କରୁଥିଲି।

ତା ପରେ ରୌନକ ଝିଅଟିକୁ ଏପରି ନକରିବା ପାଇଁ କହିଲେ। କହିଲେ ଯେ, ମୁଁ ତୁମ ବିନା ବଞ୍ଚିପାରିବି ନାହିଁ। ଝିଅଟି ସଂଗେ ସଂଗେ ଏହାର ଉତ୍ତର ଦେଇ କହିଲା ଆଉ କଣ କରିବ, ମରିଯିବ? ହଉ ତାହେଲେ ମରିଯାଅ। ଏସବୁ ଶୁଣି ରୌନକ କାନ୍ଦି କାନ୍ଦି ଯାଇ ସବୁକଥା ତାଙ୍କ ଭଉଣୀଙ୍କୁ କହିଥିଲେ।

ସେହିଦିନ ଅପରାହ୍ନ ୪:୩୦ ସମୟରେ, ତାଙ୍କ ଭଉଣୀ ଯେତେବେଳେ ପଶୁମାନଙ୍କୁ ଖାଇବାକୁ ଦେବା ପାଇଁ ସୁରାନରେ ଥିବା ତାଙ୍କ ଜମିକୁ ଯାଇଥିଲେ ଦେଖିଥିଲେ ଯେ, ତାଙ୍କ ଭାଇ ସେହି ଝିଅଟିର ଏଭଳି କଥାରେ ମାନସିକ ଭାରସାମ୍ୟ ହରାଇ ଫାଶି ଲଗେଇ ଆତ୍ମହତ୍ୟା କରିଦେଇଛି। ତା ପରେ ସେ ସେଠାରୁ ଦଉଡ଼ିକି ଆସି ସବୁ କଥା ତାଙ୍କ ବାପାଙ୍କୁ କହିଥିଲେ।

ମୃତକଙ୍କ ବାପା ଅଭିଷେକ ପାଣ୍ଡେ ଥାନାରେ ଯାଇ ଝିଅ ବିରୁଦ୍ଧରେ ଅଭିଯୋଗ କରି ସମସ୍ତ କଥା ବର୍ଣ୍ଣନା କରିଥିଲେ। ଅଭିଯୋଗ ପରେ ମାମଲାର ତଦନ୍ତ ପୋଲିସ ଆରମ୍ଭ କରିଦେଇଛି ଏବଂ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି।