fbpx

ସାକ୍ଷୀ ହତ୍ୟାକାଣ୍ଡ ପଛର ରହସ୍ୟ ସାମ୍ନାକୁ ଆଣିଲା ପୋଲିସ, ତ୍ରିକୋଣୀୟ ପ୍ରେମ ହିଁ ହତ୍ୟାର କାରଣ

ନୂଆଦିଲ୍ଲୀ:ରାଜଧାନୀ ନୂଆଦିଲ୍ଲୀରେ ସୋମବାର ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ଜଣେ ନାବଳାଳିକାଙ୍କୁ ବୀଭତ୍ସ ଭାବରେ ହତ୍ୟା କରାଯାଇଥିଲା । ଏହି ନୃଶଂସ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ କେବଳ ଦିଲ୍ଲୀ ନୁହେଁ ସାରା ଦେଶରେ ଚହଳ ଖେଳି ଯାଇଥିଲା । ହତ୍ୟାକାରୀ ନାବାଳିକାଙ୍କୁ ଥରେ ନୁହେଁ ୪୦ ଥର ଛୁରୀରେ ଭୁଷି ହତ୍ୟା କରିଥିଲା । କେବଳ ଏତିକି ନୁହେଁ ନାବାଳିକା ଲହୁଲୁହାଣ ହୋଇ ରାସ୍ତାରେ ପଡି ଯିବା ପରେ ନୃଶଂସ ବ୍ୟକ୍ତି ଜଣକ ଏକ ବଡ ପଥର ଉଠାଇ ତା ଉପରେ ରଖି ଦେଇଥିଲା ।

ରାଜଧାନୀର ଶାହବାଦ ଡାୟରୀ ଅଞ୍ଚଳରେ ସାହିଲ ନାମକ ଏହି ବ୍ୟକ୍ତି ୧୬ ବର୍ଷୀୟା ସାକ୍ଷୀଙ୍କୁ ଛୁରୀ ଭୁଷି ଓ ପରେ ପଥରରେ ଛେଚି ହତ୍ୟା କରିଛି । ଅଭିଯୁକ୍ତ ସାକ୍ଷୀଙ୍କୁ ରାସ୍ତାରେ ଅଟକାଇ ତାଙ୍କ ଉପରେ ଅତର୍କିତ ଛୁରୀରେ ହାମଲା କରୁଥିବାର ସିସିଟିଭି ଫୁଟେଜ୍େରେ ଦେଖିବାକୁ ମିଳୁଛି । ଜଣେ ପଥଚାରୀ ପୋଲିସକୁ ଏହି ଘଟଣା ବିଷୟରେ ସୂଚନା ଦେବା ପରେ ପୋଲିସ ଟିମ୍ ସେଠାରେ ପହଞ୍ôଚ ଘଟଣାର ଛାନଭିନ୍ କରିବା ପରେ ଜଣାପଡିଥିଲା ନାବାଳିକା ଜଣକ ଗଳି ଦେଇ ଯାଉଥିବା ସମୟରେ ଅଚାନକ ଜଣେ ଯୁବକ ତାଙ୍କୁ ଅଟକାଇଥିଲା ଓ ଛୁରୀରେ ଆକ୍ରମଣ କରିଥିଲା । ଏଥିରେ ତାର ମନ ଭରି ନ ଥିଲା ଯେ, ଅଭିଯୁକ୍ତ ଏକ ବଡ ପଥର ଉଠାଇ ନାବାଳିକା ଉପରେ ରଖି ଦେଇଥିଲା ଓ ସୁଯୋଗ ଦେଖି ସେଠାରୁ ଫେରାର ହୋଇଯାଇଥିଲା । ମୃତ ସାକ୍ଷୀଙ୍କ ପିତାଙ୍କ ହତ୍ୟା ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସାହିଲକୁ ଖୋଜିବା ଆରମ୍ଭ କରିଥିଲା ଓ ଉତ୍ତରପ୍ରଦେଶ ବୁଲନ୍ଦ ସହରର ପହାସୁ ଥାନା କ୍ଷେତ୍ର ଅଟେରନା ଗ୍ରାମରୁ ଗିରଫ କରିଥିଲା । ତେବେ ଏହି ନୃଶଂସ ହତ୍ୟା ଘଟଣାରେ ଏକ ତାଜା ଖବର ସାମ୍ନାକୁ ଆସିଛି । ଏହା ଏକ ତ୍ରିକୋଣୀୟ ପ୍ରେମ କେସ୍ ବୋଲି ଜଣାପଡିଛି । ଏହା ସହିତ କଥିତ ଭାବରେ ସେହି କାରଣ ମଧ୍ୟ ସାମ୍ନାକୁ ଆସିଛି ଯେଉଁ କାରଣରୁୁ ସାହିଲ ଅତ୍ୟନ୍ତ ନୃଶଂସ ଭାବରେ ସାକ୍ଷୀକୁ ହତ୍ୟା କରିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ସାକ୍ଷୀର ହତ୍ୟାକାରୀକୁ ଦିଲ୍ଲୀର ବବାନା ଥାନା ନିଆଯାଇଛି । ଅଭିଯୁକ୍ତକୁ ଆସନ୍ତା କାଲି ରୋହିଣୀ କୋର୍ଟରେ ହାଜର କରାଯିବ । ତେବେ ଇତି ମଧ୍ୟରେ ସାକ୍ଷୀର ପୋଷ୍ଟମର୍ଟମ ରିପୋର୍ଟ ଆସିଯାଇଛି । ଏଥିରେ ବହୁ ଭୟଙ୍କର ଓ ଚକିତ କରିଦେବା ଭଳି କଥା ସାମ୍ନାକୁ ଆସିଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଅଭିଯୁକ୍ତ ସାହିଲ ସାକ୍ଷୀ ଉପରେ ପ୍ରଥମେ ୧୬ ଥର ଅତି ନୃଶଂସ ଭାବରେ ଆକ୍ରମଣ କରିଥିଲା । ଏହାପରେ ପୁଣି ୨୪ ଥର ମୃତକ ଶରୀରରେ ଛୁରୀକା ଘାତ କରିଥିଲା । ଏହି ମାମଲା ସାମ୍ନାକୁ ଆସିବା ପରେ ମହିଳା ଆୟୋଗ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଆୟୋଗ ପକ୍ଷରୁ ୩ ସଦସ୍ୟ ବିଶିଷ୍ଟ ଟିମ୍ ଗଠନ କରାଯାଇ ଯେଉଁମାନେ ସାକ୍ଷୀର ପରିବାର ସଦସ୍ୟଙ୍କୁ ଭେଟି ମାମଲାର ମୂଳ କାରଣ ଖୋଜିବେ ।

ଅନ୍ୟପକ୍ଷରେ ପୋଲିସ ଖୁପିଆ ସୂତ୍ର ଅନୁଯାୟୀ ତ୍ରିକୋଣୀୟ ପ୍ରେମ ସାକ୍ଷୀ ମର୍ଡର କେସର କାରଣ ପାଲଟିଥିଲା । ମୃତକ ହାତରେ ପ୍ରବୀଣ ନାମରେ ଏକ ଟାଟୁ ଥିଲା । ଜଣାପଡିଛି ପ୍ରବୀଣ ସାହିଲ ଓ ସାକ୍ଷୀର ଦୋସ୍ତ ଥିଲା । ପ୍ରବୀଣ ସାକ୍ଷୀର ନିକଟତର ହେଉଥିବାରୁ ସାହିଲ ସାକ୍ଷୀ ଉପରେ ଅସନ୍ତୁଷ୍ଟ ହେଉଥିଲା । ଏହା ସହିତ ପ୍ରବୀଣକୁ ନେଇ ସାକ୍ଷୀ ଓ ସାହିଲଙ୍କ ମଧ୍ୟରେ ଝଗଡା ବି ହୋଇ ଯାଇଥିଲା । ସାକ୍ଷୀ ଓ ସାହିଲଙ୍କ ମଧ୍ୟରେ୩ ବର୍ଷ ଧରି ସଂପର୍କ ଥିଲା । ଅଭିଯୁକ୍ତ ସାହିଲ ସାକ୍ଷୀକୁ ପ୍ରବୀଣ ଠାରୁ ଦୂରେଇ ରହିବାକୁ କହୁଥିଲା । କିନ୍ତୁ ସାକ୍ଷୀ ସାହିଲ ଠାରୁ ଦୂରେଇ ଯିବାକୁ ଚାହୁଁଥିଲା ଓ ଏହି କଥା ସାହିଲ ଜାଣିପାରିଥିଲା । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଗତ ଶନିବାର ଝଗଡା ହୋଇଥିଲା । ଏହି ସମୟରେ ସାକ୍ଷୀ ସାହିଲକୁ କହିଥିଲା ତାକୁ ହଇରାଣ କଲେ ସେ ପୋଲିସରେ ତା ବିରୁଦ୍ଧରେ ଅଭିଯୋଗ କରିବ । ଏହିସବୁ କାରଣରୁ ସାହିଲର କ୍ରୋଧ ବଢିଯାଇଥିଲା ଯାହାର ଫଳ ସ୍ୱରୂପ ସେ ଯୋଜନାବଦ୍ଧ ଭାବରେ ସାକ୍ଷୀକୁ ହତ୍ୟା କରିଥିଲା ।

 

Get real time updates directly on you device, subscribe now.