fbpx

ଆପତ୍ତିଜନକ ଅବସ୍ଥାରେ ଧରାପଡିଲେ ପ୍ରେମୀଯୁଗଳ, ଆଉ ତା’ପରେ

ଝାଡଖଣ୍ଡ ସାହିବଗଞ୍ଜ ଜିଲ୍ଲାର ରେଙ୍ଗା ପୋଲିସ ଷ୍ଟେସନ ଅଞ୍ଚଳରୁ ଏକ ଳଜ୍ଜାଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଏକ ପ୍ରେମୀ ଯୁଗଳଙ୍କୁ ଉଲଗ୍ନ କରି ଜୋତା ମାଳ ପିନ୍ଧାଇବା ସହ ଗାଁରେ ବୁଲାଯାଇଛି । ଗାଁର ଜଣେ ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ପ୍ରେମୀଯୁଗଳଙ୍କୁ ଗ୍ରାମବାସୀଙ୍କ ଠାରୁ ରକ୍ଷା କରିବାକୁ ପୋଲିସକୁ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥିଲା । ଏହି ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ସମ୍ପୃକ୍ତ ଗ୍ରାମବାସୀଙ୍କ ନାଁରେ ମାମଲା ରୁଜୁ କରିଛି ।

ତେବେ କୁହାଯାଉଛି ଯେ, ସାହିବଗଞ୍ଜ ଜିଲ୍ଲାରେ ବାକୁଡିରୁ ଆସୁଥିବା ଜଣେ ଯୁବତୀ ନିଜ ସର୍ମ୍ପକୀୟଙ୍କ ଘରେ ରହୁଥିଲେ । ଯୁବତୀଙ୍କ ବାହାଘର ସେହି ଗାଁର ଜଣେ ଯୁବକଙ୍କ ସହ ହୋଇଥିଲା । କିନ୍ତୁ ଯୁବତୀଙ୍କର ଅନ୍ୟ କାହା ସହ ପ୍ରେମ ସମ୍ପର୍କ ଚାଲିଥିଲା । ଦୁଇ ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଏମଜିଆର ରେଳ ଲାଇନରେ ଧରି ବନ୍ଧକ ରଖିଥଲେ ଗ୍ରାମବାସୀ । ଉଭୟଙ୍କୁ ଗାଁକୁ ଆଣି ମାରପିଟ୍ କରାଯାଇଥିଲା । ପରେ ସେମାନଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ କରି ଜୋତାମାଳ ପିନ୍ଧାଇ ଦିଆଯାଇଥିଲା ଓ ଗାଁ ସାରା ବୁଲାଯାଇଥିଲା । ଏସବୁ ସରିବା ପରେ ଯୁବକର ପରିବାର ଲୋକଙ୍କୁ ଡକାଯାଇ ବୈଠକ ହୋଇଥିଲା ଓ ଯୁବକ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ଥାନାକୁ ନେଇଯାଇଛି ।

Get real time updates directly on you device, subscribe now.