fbpx

ପ୍ରେମୀ ଯୁଗଳଙ୍କୁ ଆଟାକ୍ କରିପାରେ ‘Love Brain’ ବୀମାରୀ’: ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡଙ୍କୁ ବାରମ୍ବାର କଲ୍ ଓ ମେସେଜ୍ କରୁଥିଲେ ସାବଧାନ

ନୂଆଦିଲ୍ଲୀ: ଯୁବାବସ୍ଥାରେ ପାଦ ଦେଇଥିବା ଯୁବକ, ଯୁବତୀମାନେ ମଉଜମସ୍ତି କରିବା ଏକ ସାଧାରଣ କଥା । ଏହି ବୟର ପୁଅ, ଝିଅମାନେ ପ୍ରେମରେ ପଡ଼ିବା ମଧ୍ୟ ଏକ ସାଧାରଣ କଥା । ତେବେ ପ୍ରତି ଖୁସି ପଛରେ ଯେପରି ଦୁଃଖ ଲୁଚି ରହିଥାଏ, ଠିକ୍ ସେହିପରି ପ୍ରେମ ପରି ଏକ ନିଆରା ଅନୁଭବ ପଛରେ ମଧ୍ୟ ଅନେକ ବୀମାରୀ ଲୁଚି ରହିଥାଏ । ଅତି ଲେମ୍ବୁ ଚିପୁଡ଼ିବା ଯେପରି ଖରାପ ହୋଇଥାଏ, ଠିକ୍ ସେହିପରି ମାତ୍ରାଧିକ ପ୍ରେମ, ଭଲ ପାଇବା, ସୀମାହୀନ ଆକର୍ଷଣ ମଧ୍ୟ କିଛି ରୋଗର କାରଣ ହୋଇପାରେ । ପ୍ରେମ ରୋଗକୁ ନେଇ ଅନେକ ମଜା କରିଥାଇ ପାରନ୍ତି, ମାତ୍ର ପ୍ରେମ କାରଣରୁ ଅନେକ ଯୁବକ, ଯୁବତୀ ବହୁ ଭୟଙ୍କର ବୀମାରୀରେ ପୀଡ଼ିତ ହୋଇଥିବାର ଉଦାହରଣ ଆମେ ପୂର୍ବରୁ ଦେଖିସାରିଛେ ।

ତେବେ ଆପଣମାନେ ଯଦି ନିଜର ଗାର୍ଲଫ୍ରେଣ୍ଡ ବା ବୟଫ୍ରେଣ୍ଡକୁ ଦିନକୁ ୧୦୦ରୁ ଅଧିକ ଥର ଫୋନ୍ କି ମେସେଜ୍ କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏହା ଏକ ବଡ଼ ବୀମାରୀର ଲକ୍ଷଣ ହୋଇଥାଇପାରେ । ନିକଟରେ ଚୀନର ଶିୟାଓୟୁ ନାମକ ଜଣେ ୧୮ ବର୍ଷୀୟା ଯୁବତୀଙ୍କ ସହ ଏପରି କିଛି ଘଟିଛି । ଯୁବତୀ ଜଣଙ୍କ ତାଙ୍କର ପ୍ରେମିକଙ୍କୁ ଦୈନିକ ଶତାଧିକ ଫୋନ୍ ଓ ମେସେଜ୍ କରୁଥିଲେ । ଯୁବତୀଙ୍କ ଏହି ଜୁଜୁନର ସୀମା ଟପିଯାଇଥିଲା ଓ ଶେଷରେ ତାଙ୍କର ପ୍ରେମିକ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ।

ୟୁନିଭରସିଟିରେ ପାଠ ପଢ଼ିବା ସମୟରେ ପ୍ରଥମ ବର୍ଷରେ ଯୁବତୀଙ୍କୁ ପ୍ରେମ ହୋଇଥିଲା । ପ୍ରଥମେ ପ୍ରଥମେ ତାଙ୍କୁ ଏହା ଭାରି ଭଲ ଲାଗୁଥିଲା । ମାତ୍ର ଖୁସିର ସ୍ରୋତର ଏହି ଧାର ଧୀରେଧୀରେ ଜୁନନରେ ପରିବର୍ତ୍ତନ ହୋଇଯାଇଥିଲା । ଆଉ ଯୁବତୀଙ୍କ ପାଇଁ ତାଙ୍କର ବୟଫ୍ରେଣ୍ଡ ଏକ ଜରୁରୀ ଜିନିଷ ପାଲଟି ଯାଇଥିଲେ । ସେଥିପାଇଁ ସେ ପ୍ରତିଦିନ ତାଙ୍କ ପ୍ରେମିକଙ୍କ ପାଖକୁ ଶତାଧିକ ଥର କଲ୍ ଓ ମେସେଜ୍ କରିବାରେ ଲାଗିଥିଲେ । ପ୍ରେମିକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଯୁବତୀ ଜଣଙ୍କ କିଛି ବି କରିବାକୁ ପ୍ରସ୍ତୁତ ଥିଲେ ।

ଡାକ୍ତର କହିଛନ୍ତି, ଯୁବତୀ ଜଣଙ୍କ ତାଙ୍କ ବୟଫ୍ରେଣ୍ଡଙ୍କୁ ଦିନକୁ ୧୦୦ରୁ ଅଧିକ ଥର କଲ୍ କରିଥିଲେ । ତାଙ୍କର ଜୁନୁନ ଏତେ ବଢ଼ିଯାଇଥିଲା ଯେ ସେ ଘରର ସାମଗ୍ରୀ ଫୋପାଡ଼ିବାରେ ଲାଗିଥିଲେ । ଏପରିକି ନିଜର କ୍ଷତି କରିବା ପାଇଁ ମଧ୍ୟ ଧମକ ଦେଇବାକୁ ପଛାଇ ନଥିଲେ । ଯୁବତୀ ଜଣଙ୍କ ଭିଡିଓ କଲ କରି ତାଙ୍କ ବୟଫ୍ରେଣ୍ଡଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରୁଥିବା ନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଜୁନୁନ ପଛରେ ଜଣଙ୍କର ଗଭୀର ମାନସିକତା ସମସ୍ୟା ଲୁଚି ରହିଛି ।

ପରେ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ‘ଲଭ୍ ବ୍ରେନ’ ବିମାରୀରେ ସଂକ୍ରମିତ ହୋଇଥିବା ଡାକ୍ତର କହିଥିଲେ । ଛୋଟବେଳରୁ ସମସ୍ୟାର ସମାଧାନ ନହେବା ଏହି ରୋଗ ପଛର କାରଣ ହୋଇପାରେ । ଏଥିସହିତ ଉଦବେଗ ଓ ଡିପ୍ରେସନ ମଧ୍ୟ ମାନସିକ ସମସ୍ୟାର କାରଣ ହୋଇପାରେ । ଏହି ରୋଗକୁ ନେଇ ମାନସିକ ବିଶେଷଜ୍ଞଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଆବଶ୍ୟକ ବୋଲି ଅନେକ କହିଛନ୍ତି । ଯୁବତୀଙ୍କ ସମସ୍ୟାକୁ ନେଇ ଅନଲାଇନରେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି ।

Get real time updates directly on you device, subscribe now.