ମାଡ଼ି ଆସୁଛି ଲଘୁଚାପ, ଡ଼ାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କଲା ପ୍ରଶାସନ

ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ।

ଭୁବନେଶ୍ୱର: ଲଘୁଚାପ ପାଇଁ ସତର୍କତା। ମାଡ଼ି ଆସୁଛି ଏକାଥରେ ଦୁଇ ଦୁଇଟି ଲଘୁଚାପ। ଏଥିପାଇଁ ଏବେଠୁ ସତର୍କତା ଜାରି କରିଛି ପ୍ରଶାସନ। ବିଶେଷ କରି ଏହି ଯୋଡ଼ା ଲଘୁଚାପ ପୂର୍ବ ଏବଂ ପଶ୍ଚିମ ଭାଗରେ ହେବାର ଆଶଙ୍କା ରହିଛି।

ତେଣୁ ସମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ସତର୍କ ରହିଛି ପ୍ରଶାସନ। ଏଥିପାଇଁ ବାଲେଶ୍ୱରର ଜଳେଶ୍ୱରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଛି। ଏଥିସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

ଯଦି ଦେଖିବା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଠିକ୍ ସେହିପରି ଆରବସାଗରରେ ବି ଲଘୁଚାପ ଆଶଙ୍କା ରହିଛି। ଦକ୍ଷିଣ ଭାଗ ଓ ଉତ୍ତରପୂର୍ବ ଆରବ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।

ଆଗାମୀ ୧୨ ଘଣ୍ଟାରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସେଥିପାଇଁ ଏବେଠୁ ପ୍ରଶାସନ ସତର୍କତା ଜାରି କରିଛି।