fbpx
BJD SKY
BJD SKY

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ, ୨୨ ତାରିଖରେ ନେଇପାରେ ବାତ୍ୟା ରୂପ; ଜାଣନ୍ତୁ କଣ କହିଲେ ପାଣିପାଗ ବିଭାଗ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏନେଇ ସୋଆ ପାଣିପାଗ ମୁଖ୍ୟ ଶରତ ସାହୁ ସୂଚନା ଦେଇଛନ୍ତି । ଆସନ୍ତା ୨୨ ତାରିଖରେ ଏହା ବାତ୍ୟାର ରୂପ ନେବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ଠାରୁ ୨୦୦ କିମି ଦୂରରୁ ବାଙ୍ଗଲାଦେଶ ଆଡ଼କୁ ମୁହାଁଇବ । ୨୩ ତାରିଖ ପୂର୍ବାହ୍ନରେ ବାଙ୍ଗଲାଦେଶରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ତେବେ ଏ ସମ୍ପର୍କରେ ୨୦ ତାରିଖରେ ସ୍ପଷ୍ଟ ଭାବରେ ଜଣାପଡ଼ିବ । ଏହାକୁ ନେଇ ଓଡ଼ିଶାବାସୀ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଶରତ ସାହୁ ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ । ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବାତ୍ୟା ନେଇ ଆକଳନ କରାଯାଇ ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.