fbpx

ଏଣିକି ମାତ୍ର ୧୫୫ ଟଙ୍କାରେ ଗ୍ରାହକଙ୍କୁ ମିଳିବ LPG ସିଲିଣ୍ଡର! ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଲେ ତୈଳ କମ୍ପାନୀ

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନରେ ରୋଷେଇ କାର୍ଯ୍ୟ ପାଇଁ ଏଲପିଜି ଗ୍ୟାସ ନିହାତି ଜରୁରୀ ହୋଇଥିବା ବେଳେ ଏହାର ଦର ବୃଦ୍ଧିକୁ ନେଇ ଗ୍ରାହକମାନେ ସର୍ବଦା ଅସନ୍ତୁଷ୍ଟ ରହିଥାନ୍ତି । ତେବେ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏଣିକି ଜନସାଧାରଣ ଶସ୍ତାରେ ଏଲପିଜି ସିଲିଣ୍ଡର ପାଇ ପାରିବେ । ତୈଳ କମ୍ପାନୀମାନେ ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ନିକଟକୁ ପ୍ରସ୍ତାବ ପଠାଇଥିବା ଜଣାପଡ଼ିଛି ।

ଖବର ମୁତାବକ, ଏଲପିଜି ସିଲିଣ୍ଡର ମାତ୍ର ୧୫୫ ଟଙ୍କା କରିବା ନେଇ ତୈଳ କମ୍ପାନୀମାନେ ପେଟ୍ରୋଲିୟମ ମନ୍ତ୍ରଣାଳୟ ନିକଟକୁ ପ୍ରସ୍ତାବ ପଠାଇଛନ୍ତି । ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତେବେ ଗ୍ରାହକମାନେ ରେକର୍ଡ ମାତ୍ରାରେ ଶସ୍ତା ଦରରେ ଏଲପିଜି ସିଲିଣ୍ଡର ପାଇ ପାରିବେ । ଏବେ ୧୪.୨ କେଜି ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ୧୧୦୦ ଟଙ୍କାରେ ଗ୍ରାହକମାନେ କିଣୁଥିବା ବେଳେ ଏହାଦ୍ୱାରା ଲକ୍ଷ ଲକ୍ଷ ପରିବାରଙ୍କ ବଜେଟ ଖରାପ ହୋଇଯାଉଛି ।

ତେଣୁ ପେଟ୍ରୋଲିୟମ କମ୍ପାନୀ ୨ କେଜି ବିଶିଷ୍ଟ ସିଲିଣ୍ଡର ଆଣିବାକୁ ପ୍ରସ୍ତୁତ ହେଉଛି । ଏହାର ମୂଲ୍ୟ ମାତ୍ର ୧୫୫ ଟଙ୍କା ରହିବ ବୋଲି ଆଲୋଚନା ଚାଲିଛି । ଏହା ପୂର୍ବରୁ ୫ କେଜି ବିଶିଷ୍ଟ କମ୍ପୋଜିଟ୍ ସିଲିଣ୍ଡର ମାର୍କେଟକୁ ଆସିଥିଲା । ଉକ୍ତ ସିଲିଣ୍ଡର ବହୁତ ହାଲୁକା ଥିବାରୁ ତାହାକୁ ଉଠାଇ ନେବା ଆଣିବା କରିବା ବହୁତ ସହଜ ହେଉଥିଲା । ସେହିପରି ପୂର୍ବରୁ ୭ କେଜି ବିଶିଷ୍ଟ କମ୍ପୋଜିଟ୍ ସିଲିଣ୍ଡର ମଧ୍ୟ ଆସିଥିଲା, ଯାହାକି ଏବେ ବି ମାର୍କେଟରେ ପ୍ରଚଳିତ ହେଉଛି । ୨ କେଜିଆ ସିଲିଣ୍ଡରରେ ଅତି କମରେ ୫ କେଜି ଗ୍ୟାସ ରହିପାରିବ । ଏହି ପ୍ରସ୍ତାବକୁ ମନ୍ତ୍ରଣାଳୟକୁ ପଠାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.