fbpx
BSKY
BJD SHG SKY
BJD MC SKY

ଆଜିଠାରୁ ୩୯ ଟଙ୍କା ଶସ୍ତାରେ ମିଳିବ LPG ସିଲିଣ୍ଡର: ସରକାର ଦେଲେ ନୂଆବର୍ଷ ଉପହାର

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ଉପହାର ଭେଟି ଦେଇଛନ୍ତି ସରକାର । ଆଜିଠାରୁ ଶସ୍ତାରେ ଏଲପିଜି ସିଲିଣ୍ଡର ପାଇପାରିବେ ଗ୍ରାହକ । ରାଜଧାନୀ ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଏବେ କମ୍ ମୂଲ୍ୟରେ ଗ୍ରାହକ ଏଲପିଜି ସିଲିଣ୍ଡର ପାଇବେ । ଗ୍ରାହକମାନଙ୍କ ପାଇଁ ଡିସେମ୍ବର ୨୨ ତାରିଖରୁ ସିଲିଣ୍ଡର ପିଛା ୩୯.୫୦ ଟଙ୍କା କମ୍ କରିଛନ୍ତି ସରକାର । ତେବେ ଆସନ୍ତୁ ଜାଣିବା କେଉଁଠି କେତେ ଟଙ୍କାରେ ମିଳିବ ଏଲପିଜି ଗ୍ୟାସ ସିଲିଣ୍ଡର ।

ସୂଚନା ଅନୁସାରେ, ଏହି ରିହାତି କେବଳ ୧୯ କିଲୋ ବ୍ୟବସାୟିକ ସିଲିଣ୍ଡରରେ ପାଇପାରିବେ ଗ୍ରାହକ । କିନ୍ତୁ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ପାରିନାହିଁ । ମୂଲ୍ୟହ୍ରାସ ପରେ ଆଜିଠାରୁ ଦିଲ୍ଲୀରେ ଇଣ୍ଡେନ୍ କମର୍ସିଆଲ ସିଲିଣ୍ଡର ୧,୭୫୭ ଟଙ୍କାରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିବ । ଏହାପୂର୍ବରୁ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୭୯୬.୫୦ ଟଙ୍କା ରହିଥିଲା । କୋଲକାତାରେ ଏହି ସିଲିଣ୍ଡର ୧୯୦୮ଟଙ୍କାରୁ ୧୮୬୮.୫୦ ଟଙ୍କାକୁ ହ୍ରାସ ପାଇଛି । ସେହିପରି ମୁମ୍ବାଇ ସହରରେ ମଧ୍ୟ କାଲି ପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୧୭୪୯ ଟଙ୍କା ରହିଥିବା ବେଳେ ଆଜିଠାରୁ ଏହା ୧୭୧୦ ଟଙ୍କାରେ ବିକ୍ରି ହେବ । ଚେନ୍ନାଇରେ ମଧ୍ୟ ଆଜିଠାରୁ ଏଲପିଜି ସିଲିଣ୍ଡର ୩୯.୫୦ ଶସ୍ତା ହୋଇ ୧୯୨୯ ଟଙ୍କାରେ ପାଇପାରିବେ ଗ୍ରାହକ ।

ସୂଚନା ଥାଉ କି, ଗତ ଡିସେମ୍ବର ୧ ତାରିଖରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟବୃଦ୍ଧି ହୋଇଥିଲା । ଏହା ପୂର୍ବରୁ ନଭେମ୍ବର ୧୬ ତାରିଖରେ ୧୯ କିଲୋ ଏଲପିଜି ସିଲିଣ୍ଡର ୧୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି । ତେବେ ଆଜି ଗ୍ୟାସ ସିଲିଣ୍ଡରରେ ମୂଲ୍ୟହ୍ରାସ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟହ୍ରାସ ହୋଇଥିଲେ ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀରେ ବର୍ତ୍ତମାନ ଏହି ଗ୍ୟାସ ସିଲିଣ୍ଡରର ଦାମ୍ ୯୦୩ ଟଙ୍କ ରହିଥିବା ବେଳେ କୋଲକାତାରେ ୯୨୯ ଟଙ୍କା ରହିଛି । ସେହିଭଳି ମୁମ୍ବାଇରେ ଏହି ମୂଲ୍ୟ ୯୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୯୮.୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ବିକ୍ରି କରାଯାଉଛି ।

Get real time updates directly on you device, subscribe now.