fbpx
BJD
BJD SKY
BJD SKY

୨୦୨୪ ସୁଦ୍ଧା ଆସିବ ପ୍ରଥମ ‘ମେଡ୍ ଇନ୍ ଇଣ୍ଡିଆ’ ଚିପ! ଦେଶରେ ସୃଷ୍ଟି ହେବ ୨୦ ହଜାର ନିଯୁକ୍ତି

ନୂଆଦିଲ୍ଲୀ: ମେଡ ଇନ ଇଣ୍ଡିଆ ଆଇଫୋନ ଠାରୁ ଆରମ୍ଭ କରି ମେଡ ଇନ ଇଣ୍ଡିଆ ଲାପଟପ ପର୍ଯ୍ୟନ୍ତ, ଆଗାମୀ ଦିନରେ ଭାରତ ସମସ୍ତ ଇଲୋକ୍ଟ୍ରୋନିକ୍ସ ପ୍ରଡକ୍ଟସ କ୍ଷେତ୍ରରେ ବିକାଶ ଲାଭ କରିବାକୁ ଯାଉଛନ୍ତି । ସେମିକଣ୍ଡକ୍ଟର କ୍ଷେତ୍ରରେ ଗ୍ଲୋବାଲ ପ୍ଲେୟାର ହେବା ନେଇ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଗୁଜରାଟର ମାଇକ୍ରୋନ ଟେକ୍ନୋଲୋଜିର ଭୂମି ପୂଜନ ସହିତ ପ୍ଲାଣ୍ଟ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ପ୍ଲାଣ୍ଟର କନଷ୍ଟ୍ରକସନ ଟାଟା ପ୍ରୋଜେକ୍ଟସ ଦ୍ୱାରା କରାଯାଉଛି ।

ଡବଲ ଇଞ୍ଜିନ ସରକାରର ଏହା ଏକ ଉଦାହରଣ ବୋଲି ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଡିଲର କିଛି ମାସ ମଧ୍ୟରେ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆସନ୍ତା ୨୦୨୪ ମସିହା ଡିସେମ୍ବର ସୁଦ୍ଧା ପ୍ରଥମ ଚିପ୍ ରୋଲ ଆଉଟ୍ ହୋଇଯିବ । ଭାରତକୁ ସେମିକଣ୍ଡକ୍ଟର ହବରେ ପରିଣତ ଲକ୍ଷ୍ୟରେ ଦେଶରେ ପ୍ରଥମ କମ୍ପାନୀ ଭାବେ ମାଇକ୍ରୋନ ଟେକ୍ନୋଲୋଜି ଚିପ ଉତ୍ପାଦନ କରିବ । ଗୁଜରାଟର ସାଣନ୍ଦରେ ସେମିକଣ୍ଡକ୍ଟର ଟେଷ୍ଟିଂ ଓ ଆସେମ୍ବଲିଂ ପ୍ଲାଣ୍ଟର ଭୂମି ପୂଜନ ଅବସରରେ ଅଶ୍ୱିନୀ ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଯାତ୍ରାର ୩ ମାସ ପରେ ଏହି ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ କରିଛି । ଗତ ଜୁନ ମାସରେ ମୋଦୀ ଆମେରିକା ଯାତ୍ରା ସମୟରେ ମାଇକ୍ରୋନର ଶୀର୍ଷ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ଭାରତରେ ସେମିକଣ୍ଡକ୍ଟର ପ୍ଲାନ ସ୍ଥାପନ ନେଇ ମାଇକ୍ରୋନ ଟେକ୍ନୋଲୋଜି ସହିତ ଏକ ବୁଝାମଣା ସ୍ୱାକ୍ଷର କରିଥିଲେ । କମ୍ପାନୀର ପ୍ରସ୍ତାବିତ ନିବେଶ ୨.୭୫ ଅରବ ଡଲାର ରହିଥିବା ବେଳେ ଭାରତରେ ସେମିକଣ୍ଡକ୍ଟର ମିଶନରେ ଏହା ସବୁଠାରୁ ବଡ଼ ନିବେଶ । ଏହି ପ୍ରକଳ୍ପ ଦ୍ୱାରା ଦେଶରେ ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବର୍ତ୍ତମାନ ଦେଶରେ ୨ ଲକ୍ଷ କୋଟି ଚିପର ଡିମାଣ୍ଡ ରହିଥିବା ବେଳେ ଆଗାମୀ ଦିନରେ ତାହା ୫ କୋଟିରେ ପହଞ୍ଚିଯିବ । ତେଣୁ ଭାରତ ଘରୋଇ ଚିପ ଆବଶ୍ୟକତାକୁ ପୂରଣ କରିବା ସହ ରପ୍ତାନୀ କରିବାରେ ସକ୍ଷମ ହେବ ।

Get real time updates directly on you device, subscribe now.