fbpx
BSKY
BJD MC SKY
BJD YOUTH SKY

ମଧୁବାବୁ ପେନସନ ଯୋଜନା ନିୟମ କୋହଳ କଲେ ରାଜ୍ୟ ସରକାର: ବୟସ୍କ ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ଘରେ ପହଞ୍ଚିବ ପେନସନ, ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜନସାଧାରଣଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଜନହିତକର ଯୋଜନା ଲାଗୁ କରିଛନ୍ତି । ତେବେ ବିଭିନ୍ନ ଯୋଜନାରେ ବେନିଫିଟ ପାଇବା କ୍ଷେତ୍ରରେ ହିତାଧିକାରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ତେଣୁ ରାଜ୍ୟ ସରକାର ଏ ଦିଗରେ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନା ନିୟମରେ କୋହଳ କରିଛନ୍ତି ।

ମଧୁବାବୁ ପେନସନ ଯୋଜନାର ବୟସ୍କ ତଥା ଭିନ୍ନାକ୍ଷମ ହିତାଧିକାରୀମାନେ ପେନସନ କେନ୍ଦ୍ରରେ ଠିକଭାବେ ପହଞ୍ଚିପାରୁ ନଥିଲେ । ଏଥିସହିତ ସେମାନଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଅର୍ଥ ପଠାଯାଉ ଥିବାରୁ ଅନେକ ହିତାଧିକାରୀ ଅର୍ଥ ପାଉନଥିବା ଜଣାପଡ଼ିଛି । ଅନେକ ସମୟରେ କିଛି ବୃଦ୍ଧା, ବୃଦ୍ଧା ତଥା ଭିନ୍ନକ୍ଷମ ହିତାଧିକାରୀ ବ୍ୟାଙ୍କରୁ ଟଙ୍କା ଉଠାଇବା କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି । ତେଣୁ ବାଧ୍ୟହୋଇ ସେମାନେ ବ୍ୟାଙ୍କରୁ ନିରାଶ ହୋଇ ଫେରୁଥିବା ଦେଖାଯାଉଛି ।

ତେଣୁ ଏଣିକି ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ପଠାଯିବ ନାହିଁ । ସେମାନଙ୍କୁ ନଗଦ ଆକାରରେ ଅର୍ଥ ପ୍ରଦାନ କରାଯିବ । ପ୍ରତିମାସ ୧୫ ତାରିଖରେ ଭତ୍ତା ଟଙ୍କା ପ୍ରଦାନ କରାଯିବ । ଯେଉଁମାନେ ଭତ୍ତା କେନ୍ଦ୍ରକୁ ଯାଇ ପାରୁନାହାନ୍ତି ସେମାନଙ୍କ ଘରେ ପେନସନ ପହଞ୍ଚାଯିବ । ପଞ୍ଚାୟତିରାଜ ସଂସ୍ଥାକୁ ଭତ୍ତା ପ୍ରଦାନରେ ସାମିଲ କରାଯିବ । ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯିବା ସହିତ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.