fbpx
BJD SKY
BJD SKY

BMC ନିର୍ବାଚନ: ମଧୁସ୍ମିତା ହେବେ କଂଗ୍ରେସର ମେୟର ପ୍ରାର୍ଥୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମେୟର ପଦବୀ ପାଇଁ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚଳିତ ଥର କଡ଼ା ଟକ୍କର ହେବ । ତେବେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ କଡ଼ା ଅଗ୍ନିପରୀକ୍ଷାର ସମ୍ମୁଖୀନ ହେଉଛନ୍ତି ସମସ୍ତ ଦଳ । ତେବେ ଏହା ମଧ୍ୟରେ କଂଗ୍ରେସର ମେୟର ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିିଛି । ମଧୁସ୍ମିତା ଆଚାର୍ଯ୍ୟଙ୍କୁ କଂଗ୍ରେସ ମେୟର ପ୍ରାର୍ଥୀନୀ ଭାବେ ଉପସ୍ଥାପିତ କରିବ । ଏ ବାବଦରେ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯିବ ।

ତେବେ ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ସହ ଛାତ୍ର ରାଜନୀତି ସହିତ ଜଡ଼ିତ ଥିଲେ । ମଧୁସ୍ମିତା ହେଉଛନ୍ତି ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ବୋହୂ । କାଙ୍ଗାଳିଙ୍କୁ ନିର୍ବାଚନ ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନା କରିବାରେ ସହାୟତା କରିଥିବାରୁ ଦଳ ତାଙ୍କ ଉପରେ ଭରସା କରି ମେୟର ଭାବେ ଚୟନ କରିଛି ବୋଲି ଦଳୀୟ ନେତାମାନେ କହିଛନ୍ତି ।

ତେବେ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳ ଭିତରେ ଏବେ ମାନସ ମନ୍ଥନ ଆରମ୍ଭ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ୩ ଘଣ୍ଟା ଧରି ଏ ବାବଦରେ ଆଲୋଚନା ହୋଇଥିଲା । ଦଳ କାହିଁକି ପରାଜୟ ବରଣ କଲା, ସେନେଇ ବୈଠକରେ ତର୍ଜମା କରାଯାଇଥିଲା ।

Get real time updates directly on you device, subscribe now.