fbpx

ରାତି ପାହିଲେ ଜାଗର, ବେଲ ପତ୍ରରେ ଲୁଚିବେ ଶିବ

ଓଡ଼ିଶା ଭାସ୍କର: ରାତି ପାହିଲେ ପବିତ୍ର ଜାଗର ଅମାବାସ୍ୟା ବା ମହାଶିବରାତ୍ରି। ତେଣୁ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶିବ ମନ୍ଦିର। ଶ୍ରଦ୍ଧାଳୁମାନେ ସକାଳୁ ସକାଳୁ ମନ୍ଦିର ଯାଇ ମହାଦେବଙ୍କ ଦର୍ଶନ କରିବା ସହ ଉପବାସ ପାଳନ କରିବା ଯୋଜନାରେ ରହିଛନ୍ତି। ଫଳରେ ରାତି ପାହିବା ମାତ୍ରେ ଶିବ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିବ। ଅନ୍ୟପଟେ ରାତ୍ରି ସମୟରେ ମଧ୍ୟ ମନ୍ଦିରମାନଙ୍କରେ ପ୍ରବଳ ସମାଗମ ଦେଖିବାକୁ ମିଳିବ। ତେବେ ରାଜଧାନୀସ୍ଥିତ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ସୁରକ୍ଷା ନେଇ ସମୀକ୍ଷା ସାରିଛି । ପୋଲିସ କମିଶନର, ଡିସିପି ଓ ମନ୍ଦିର ପ୍ରଶାସକଙ୍କୁ ନେଇ ଆଜି ବୈଠକ ହୋଇଥିଲା। କାଲି ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ପାର୍କିଂ ଓ ଟ୍ରାଫିକ୍‌ ବ୍ୟବସ୍ଥା ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି। ରାତି ୧୦ଟାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହୋଇଛି।

Get real time updates directly on you device, subscribe now.