fbpx
BJD SKY
BJD SKY

ଶୁକ୍ରବାର ଧନପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ଉପାୟ: ପ୍ରସନ୍ନ ହେବେ ମହାଲକ୍ଷ୍ମୀ, ମିଳିବ କରୁଣା

BJD

ନୂଆଦିଲ୍ଲୀ: ଶୁକ୍ରବାର ମହାଲକ୍ଷ୍ମୀଙ୍କୁ ସମର୍ପିତ ରହିଛି । ଏହି ବାରରେ ବିଧି ବିଧାନ ସହ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କଲେ ଦେବୀଙ୍କ କରୁଣା ଲାଭ ହୋଇଥାଏ ଏବଂ ଜୀବନରେ ଖୁସି ଓ ସୁଖ-ସମୃଦ୍ଧି ଆଣିଥାଏ । ମହାଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଲେ ଅର୍ଥାଭାବର ସମସ୍ୟା କେବେ ବ୍ୟଥିତ କରିପାରିବ ନାହିଁ । ବରଂ ତାଙ୍କ ନିକଟରେ ଅମାପ ଧନ-ଦୌଲତ ରହିଥାଏ । ଏହାସହିତ ଦାମ୍ପତ୍ୟ ଜୀବନରେ ମଧ୍ୟ ଖୁସି ଭରିଯାଏ । ତେବେ ଶୁକ୍ରବାରରେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର କିଛି ଉପାୟ ଜ୍ୟୋତିଶ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଏହାଦ୍ୱାରା ଜୀବନରେ ସୁଖ-ସମୃଦ୍ଧି ବଢିଥାଏ ।
କରନ୍ତୁ ଏହି ଉପାୟ:

ଧନପ୍ରାପ୍ତି ପାଇଁ ଶୁକ୍ରବାର ଦିନ ନିମ୍ନ ଲିଖିତ ଉପାୟ ସବୁ କଲେ ମହାଲକ୍ଷ୍ମୀ ପ୍ରସନ୍ନ ହେବେ ଏବଂ ଧନବର୍ଷା କରିବେ ନିଜ ଭକ୍ତଙ୍କ ଉପରେ;

ଶୁକ୍ରବାର ଯଦି ଆପଣ ପ୍ରଥମ ଖାଦ୍ୟ ଗୋ-ମାତାଙ୍କୁ ବା ଜଣେ ଗାଈକୁ ଖୁଆଇବେ ତେବେ ଖୁବ ପ୍ରସନ୍ନ ହୋଇପାରନ୍ତି ଏବଂ ଆପଣଙ୍କ ଉପରେ ମା’ଙ୍କର ଉଦାର ଦ୍ୟୃଷ୍ଟି ପଡିପାରେ । ଏହାଦ୍ୱାରା ଘରେ କେବେ ହେଁ ଟଙ୍କାର ଅଭାବ ହେବନାହିଁ ।

ଅର୍ଥାଭାବକୁ ନେଇ ଚିନ୍ତିତ ବ୍ୟକ୍ତିମାନେ ଧନ ଉପାର୍ଜନ କରିବା ପାଇଁ ଶୁକ୍ରବାର ଦିନ ମହାଲକ୍ଷ୍ମୀଙ୍କ ଉପାସନା କରନ୍ତୁ । ଏହିଦିନ ୧୨ଟି କଉଡି ଜଳାଇ ଏହାର ପାଉଁଶକୁ ସବୁଜ କପଡାରେ ବାନ୍ଧି ଜଳରେ ବିସର୍ଜନ କରନ୍ତୁ । ଏପରି କରିବା ଦ୍ୱାରା ଧିରେ ଧିରେ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ଧନ ଉପାର୍ଜନର ରାସ୍ତା ଖୋଲିପାରିବ ।

ମହାଲକ୍ଷ୍ମୀଙ୍କ ଅପାର କୃପା ପାଇବା ପାଇଁ ପ୍ରତ୍ୟେକ ଶୁକ୍ରବାର ଧନଦାତ୍ରୀଙ୍କ ପ୍ରତିମାଙ୍କ ନିକଟରେ ଅଖଣ୍ଡ ଜ୍ୟୋତି ପ୍ରଜ୍ୱଳନ କରନ୍ତୁ ଏବଂ ଏହାକୁ ୧୧ ଦିନ ପର୍ଯ୍ୟନ୍ତ ଜଳାଇ ରଖନ୍ତୁ । ଏହାପରେ ଏକାଦଶ ଦିନ ୧୧ ଜଣ କନ୍ୟାଙ୍କୁ ଭୋଜନ କରାନ୍ତୁ । ମା’ ଲକ୍ଷ୍ମୀଙ୍କ କରୁଣା ପ୍ରାପ୍ତି ହେବା ସହ ଧନପ୍ରାପ୍ତିର ମିଳିବ ସୁଯୋଗ ।

ପ୍ରତ୍ୟେକ ଶୁକ୍ରବାର ଦକ୍ଷିଣବର୍ତ୍ତୀ ଶଙ୍ଖରେ ଜଳ ଭରି ଭଗବାନ ବିଷ୍ଣୁଙ୍କ ଅଭିଷେକ କରନ୍ତୁ । ଏପରି କରିବା ଦ୍ୱାରା ଉଭୟ ଦେବାଦେବୀ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଥାଏ ।

ଶୁକ୍ରବାରରେ ମା’ ଲକ୍ଷ୍ମୀଙ୍କୁ ଲାଲ ବିନ୍ଦି, ସିନ୍ଦୁର, ଲାଲ ଚୁନରୀ ଏବଂ ଲାଲ ଚୁଡି ଅର୍ପଣ କରିବା ଦ୍ୱାରା ମଧ୍ୟ ଆର୍ଥିକ ସଂକଟ ଦୂର ହୋଇଥାଏ ।

Get real time updates directly on you device, subscribe now.