fbpx

ଫେବୃୟାରୀ ୧ରେ ହେବ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୧୪ ।୧୨(ଓଡିଶା ଭାସ୍କର): ପୁଣି ଘୁଞ୍ଚିଲା ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ଆସନ୍ତା ଫେବୃୟାରୀ ୧ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଉଭୟ ରାଜ୍ୟ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଅନୁଧ୍ୟାନ କରିଛନ୍ତି । ଦ୍ୱିତୀୟ ଥର ଜାନୁଆରିରେ ଉଭୟ ରାଜ୍ୟ ପ୍ରକଳ୍ପ ଅଞ୍ଚଳ ଗସ୍ତ କରିବେ । ୪ ଜାନୁଆରିରେ ଛତିଶଗଡ ପ୍ରତିନିଧି ଦଳ ଓଡିଶା ଆସିବେ । ୧୬ ଜାନୁଆରିରେ ଓଡିଶା ପ୍ରତିନିଧି ଦଳ ଛତିଶଗଡ ଯିବେ । ଜାନୁଆରି ୨୫ ଭିତରେ ଉଭୟ ରାଜ୍ୟ ନିଜର ପକ୍ଷ ରଖିବେ । କେନ୍ଦ୍ରକୁ ପକ୍ଷଭୁକ୍ତ କରିବାକୁ ଦୃଷ୍ଟି ଆକର୍ଷଣ କରିଛି ଛତିଶଗଡ । ଆଇଏମଡି ତଥ୍ୟ ଆବଶ୍ୟକ ଥିବାରୁ ପକ୍ଷଭୁକ୍ତ କରିବାକୁ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର-ଛତିଶଗଡ଼-ଓଡ଼ିଶା ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ରାଜିନାମା ଅନୁସାରେ ଅଣ-ମୌସୁମୀ ଋତୁରେ ଛତିଶଗଡ଼ ମହାନଦୀରେ ତଳମୁଣ୍ଡକୁ ୧.୭୪ ନିୟୁତ ଏକର ଫୁଟ ଜଳ ଛାଡ଼ିବା କଥା । ମାତ୍ର ଓଡ଼ିଶା ପକ୍ଷରୁ ଆବେଦନରେ କୁହାଯାଇଛି ଯେ ୨୦୧୯ ଜାନୁଆରୀ ୧ ତାରିଖ ସୁଦ୍ଧା ଛତିଶଗଡ଼ ମହାନଦୀ ଉପରମୁଣ୍ଡରେ ନିର୍ମିତ ୬ଟି ବ୍ୟାରେଜରେ ୨.୭୬ ନିୟୁତ ଏକର ଫୁଟ ଜଳ ଅଟକାଇ ରଖିଛି । ଅବଶ୍ୟ ଛତିଶଗଡ଼ ସରକାର ଏହାର ପ୍ରତି-ଆବେଦନ ଦାଖଲ କରିଛନ୍ତି । ଗତ ମେ ୩୧ ତାରିଖରେ ଟ୍ରିବ୍ୟୁନାଲ ଉଭୟ ରାଜ୍ୟକୁ ମିଳିତ ଭାବେ ବ୍ୟାରେଜ ସ୍ଥଳ ପରିଦର୍ଶନ କରି ସହମତି ଭିତ୍ତିରେ ରିପୋର୍ଟ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ୨୦୧୮ ଡିସେମ୍ବର ୧୫ ତାରିଖରେ ଟ୍ରିବ୍ୟୁନାଲ ଉଭୟ ରାଜ୍ୟକୁ ବିଗତ ୨୦ ବର୍ଷ ମଧ୍ୟରେ ମହାନଦୀରେ ପ୍ରବାହିତ ହୋଇଥିବା ଜଳର ପରିମାଣ ନେଇ ସତ୍ୟପାଠ ଦାଖଲ କରିବାକୁ କହିଥିଲେ ।

Get real time updates directly on you device, subscribe now.