ଭୁବନେଶ୍ବର: ରାତି ପାହିଲେ ବିଧାୟକଙ୍କର ହେବ ବାହାଘର । ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ପ୍ରଧାନଙ୍କର ସାତଜନ୍ମର ସାଥି ହେବେ ସିପ୍ରା ପ୍ରିୟଦର୍ଶିନୀ ବଳ । ଏହା ମାହାଙ୍ଗା ବିଧାୟକଙ୍କର ପ୍ରେମ ବିବାହ ବୋଲି କୁହାଯାଉଛି ।
ଓଡିଶା ପ୍ରଶାସନିକ ସେବାରେ ତାଲିମ ନେଉଛନ୍ତି 27 ବର୍ଷୀୟ ସିପ୍ରା । ରାଜସ୍ଥାନର ଜୟପୁର ସହର ଏକ ରାଜକିୟ ହୋଟେଲରେ ପଡିବ ଦୁହିଁଙ୍କର ହାତଗଣ୍ଠି ।
ତେବେ ବାହାଘର ପୂର୍ବ ରୀତିନୀତିର କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି । ତେବେ ଦୁହେଁ ଖୁସି ରହିଥିବା ନଜର ଆସିଛନ୍ତି । ବର କନ୍ୟାଙ୍କ ସହିତ ତାଙ୍କ ପରିବାର ମଧ୍ୟ ହୋଟେଲରେ ରହିଛନ୍ତି ।
ସାରଦା ଏକ ମେରୁନ କଲରର ସେରୱାନି ପିନ୍ଧି ମେହେନ୍ଦୀ ସେରମନି ସେଲିବ୍ରେସନ କରୁଥିବା ଦେଖାଯାଇଛି । ସେ ନିଜ ହାତରେ ମେହେନ୍ଦୀ ନିଜ ପତ୍ନୀର ନାମ ଲେଖିଛନ୍ତି । ହଳଦୀ ଉତ୍ସବ ପରେ ଉଭୟ ଲଭ ବାର୍ଡ ହଳଦୀ ରଙ୍ଗର ବସ୍ତ୍ରରେ ରାମ୍ପ ୱାକ୍ରେ ପରସ୍ପର ହାତ ଧରା ଧରି ହୋଇ ଯାଉଥିବାର ଦେଖାଯାଇଛି ।
ବିଧାୟକ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ଜଅଁରା ବାରିମୂଳ ଗ୍ରାମର ରମେଶ ଚନ୍ଦ୍ର ବଳଙ୍କ ବଡ଼ଝିଅ ସିପ୍ରା ପ୍ରିୟଦର୍ଶିନୀ ବଳଙ୍କୁ ବିବାହ କରିବେ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହୀ ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରିଣୀ ଭାବେ କାର୍ଯ୍ୟ କରୁଥିଲେ । ତେବେ ୨୦୨୩ ଓଡିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ଏବେ ତାଲିମ ନେଉଛନ୍ତି ।