Maharashtra-Jharkhand Election Results: ବିଜେପି-ଶିବସେନା-ଜେଏମଏମ.. କିଏ କେତେ ସିଟରେ ବିଜୟୀ ଜାଣନ୍ତୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ୨୮୮ଟି ଓ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଥିବା ବେଳେ ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି । କିଏ କେଉଁଠାରେ ବାଜିମାତ୍ କରିଛି ତାହା ସ୍ପଷ୍ଟ ହୋଇଛି । ମହାରାଷ୍ଟ୍ରରେ ପରିବାରବାଦର ବିଜୟ ହୋଇଛି । ତେବେ ବିଜେପି ପିନ୍ଧିଛି ବିଜୟ ମୁକୁଟ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁତିର ବିପୁଳ ବିଜୟ ପରେ ବିଜେପି ମୁଖ୍ୟାଳୟରୁ ମୋଦିଙ୍କ ହୁଙ୍କାର ଦେଖିବାକୁ ମିଳିଛି । ଅନ୍ୟପଟେ ଝାଡଖଣ୍ଡ କଥା ଯଦି ଦେଖିବା ଝାଡଖଣ୍ଡରେ ଜେଏମଏମ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ବଡ ବିଜୟ ହାସଲ କରିଛି । ଏକଜିଟ୍ ପୋଲକୁ ଭୁଲ ପ୍ରମାଣିତ କରି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ବଜାୟୀ ରଖିଛି । କଂଗ୍ରେସର ମହାରାଷ୍ଟ୍ରରେ ଶୋଚନୀୟ ପରାଜୟ ଦେଖିବାକୁ ମିଳିଛି ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ମହାରାଷ୍ଟ୍ର ସମସ୍ତ ରେକର୍ଡ ପାର୍ କରିଛି । ଏହା ଏକ ପ୍ରକାର ବଡ ବିଜୟ ଅଟେ । ମହାରାଷ୍ଟ୍ରରେ ଆଜି ପରିବାରବାଦର ବିଜୟ ହୋଇଛି । ବିଭାଜନକାରୀ ଶକ୍ତି ଓ ନକରାତ୍ମକ ରାଜନୀତି ହାର୍ ମାନିଛି । ମିଥ୍ୟା, କପଟର ଶୋଚନୀୟ ପରାଜୟ ହୋଇଛି । ବିକାଶ, ସୁଶାସନ,ଏବଂ ସତ୍ୟ ନ୍ୟାୟ ବିଜୟ ମୁକୁଟ ପିନ୍ଧିଛି । ଏହା ବିଗତ 50 ବର୍ଷରେ ମହାରାଷ୍ଟ୍ରରେ କୌଣସି ଦଳ ବା ମେଣ୍ଟର ସର୍ବବୃହତ୍ ବିଜୟ ହୋଇଛି । ଲଗାତର ତୃତୀୟ ଥର ପାଇଁ ବିଜେପି ନେତୃତ୍ବାଧୀନ ମେଣ୍ଟକୁ ରାଜ୍ୟବାସୀ ଆଶୀର୍ବୀଦ କରିଛନ୍ତି । ଏକ ହେଁ ତୋ ସେଫେ ହେଁ ଆଜି ଦେଶର ମହାମନ୍ତ୍ର ପାଲଟିଛି ।”

ଝାଡଖଣ୍ଡ ଫଳାଫଳ-

  • ଭାରତୀୟ ଜନତା ପାର୍ଟି: 21
  • ଭାରତୀୟ ଜାତୀୟ କଂଗ୍ରେସ: 16
  • ରାଷ୍ଟ୍ରିୟ ଜନତା ଦଳ: 4
  • କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ:2
  • AJSU ପାର୍ଟି: ୧
  • ଲୋକ ଜନଶକ୍ତି ପାର୍ଟି:1
  • ଝାଡଖଣ୍ଡ ଲୋକତାନ୍ତ୍ରିକ କ୍ରାନ୍ତିକାରୀ ମୋର୍ଚ୍ଚା-1
  • ଜନତା ଦଳ:1

ମହାରାଷ୍ଟ୍ର ଫଳାଫଳ

  • ଭାରତୀୟ ଜନତା ପାର୍ଟି: 132
  • ଶିବସେନା: 57
  • ଜାତୀୟତାବାଦୀ କଂଗ୍ରେସ ପାର୍ଟି: 41
  • ଶିବସେନା (ଉଦ୍ଧବ ବାଲାସାହେବ ଠାକରେ): 20
  • ଭାରତୀୟ ଜାତୀୟ କଂଗ୍ରେସ: 16
  • ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର): ୧୦
  • ସମାଜବାଦୀ ପାର୍ଟି-2
  • ଜନ ସୁରଜ୍ୟ ଶକ୍ତି-2
  • ରାଷ୍ଟ୍ରୀୟ ଯୁବା ସ୍ବାଭିମାନ ପାର୍ଟି-1
  • ରାଷ୍ଟ୍ରୀୟ ସମାଜ ପକ୍ସା-1
  • ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମ: ୧
  • କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ): ୧
  • ଭାରତର କୃଷକ ଏବଂ ୱାର୍କର୍ସ ପାର୍ଟି: ୧
  • – ରାଜର୍ଶୀ ଶାହୁ ବିକାଶ ଆଗାଡି: ୧
  • – ସ୍ୱାଧୀନ: ୨

କିଏ ହେବ ମୁଖ୍ୟମନ୍ତ୍ରୀ: ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଳ୍ପନା ଜଳ୍ପନା ଜାରି ରହିଛି । ବିଜେପି ସର୍ବ ବୃହତ ଦଳ ଭାବେ ଉଭା ହେବା ସହିତ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।