ପ୍ରଫୁଲ୍ଲ ପଟେଲ-ସୁନୀଲ ତଟକରେଙ୍କୁ ଏନସିପିରୁ ବାହାର କଲେ ଶରଦ ପାୱାର; ଅଜିତ ଗଢିଲେ ନୂଆ ଟିମ୍‌

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଅଜିତ ପାୱାରଙ୍କ ବିଦ୍ରୋହ ପରେ ଏନସିପି ଦଳ ଏବେ ଘଟଣା ବହୁଳ ଦେଇ ଗତିରେ ବଦଳୁଛି । ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) କୁ ବିଭକ୍ତ କରି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ରବିବାର ଦିନ ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ ଯୋଗ ଦେଇଛନ୍ତି । ଏହା ପରେ ୨୪ ବର୍ଷ ପୂର୍ବେ ଶରଦ ପାୱାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏନସିପି ସଙ୍କଟରେ ପଡ଼ିଛି ।

ସୋମବାର ଦିନ ଶରଦ ପାୱାର ସାଂସଦ ପ୍ରଫୁଲ୍ଲ ପଟେଲ ଏବଂ ସୁନୀଲ ଟାଟକରଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶରଦ ପାୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ଏକ ଚିଠି ଲେଖିଥିଲେ । ଏହି ଘୋଷଣାର କିଛି ସମୟ ପରେ ଅଜିତ ପାୱାର ମଧ୍ୟ ତାଙ୍କର ନୂଆ ଟିମ୍ ଗଠନ କରିଥିଲେ । ସେ ସାଂସଦ ସୁନୀଲ ଟାଟକରଙ୍କୁ ମହାରାଷ୍ଟ୍ରର ରାଜ୍ୟ ସଭାପତି କରିଛନ୍ତି ।

ଏହି ସମୟରେ ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ଶରଦ ପାୱାରଙ୍କ ନିଷ୍ପତ୍ତି ଏନସିପିର ନିଷ୍ପତ୍ତି ନୁହେଁ । ତାଙ୍କ କଥାକୁ ଧ୍ୟାନ ଦିଆଯିବ ନାହିଁ । ଅଜିତ ପାୱାର ଏନସିପି ବିଧାନସଭାର ନେତା ହେବେ । ତାଙ୍କୁ ଅଧିକାରିକ ଭାବେ ଚୟନ କରାଯାଇଛି । ସେ ଆମ ଗୁରୁ ହୋଇଥିବାରୁ ଆମକୁ ଆଶୀର୍ବାଦ ଦେବା ପାଇଁ ଆମେ ତାଙ୍କୁ (ଶରଦ ପାୱାର) ଅନୁରୋଧ କରୁଛୁ ।