ପରୀକ୍ଷା ପାଇଁ ବାକିଥିଲା 20 ମିନିଟ୍, ରାସ୍ତାଜାମ୍ ଥିବାରୁ ଉଡ଼ି ଉଡ଼ି ଗଲେ ଛାତ୍ର
ପରୀକ୍ଷା ଦେବାକୁ ଉଡ଼ି ଉଡ଼ି ଗଲେ ଛାତ୍ର । ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ମହାରାଷ୍ଟ୍ରର କୋଲହାପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଛାତ୍ରର ପରୀକ୍ଷା ଥିଲା ଏବଂ ରାସ୍ତା ଜାମ୍ ଥିବାରୁ କେନ୍ଦ୍ରରେ ପହଞ୍ଚିବାକୁ ବହୁତ ସମୟ ଲାଗିବାର ଥିଲା ।
ଏପରି ପରିସ୍ଥିତିରେ ବି.କମ୍. ପ୍ରଥମ ବର୍ଷର ଛାତ୍ର ସମର୍ଥ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ପାରାଗ୍ଲାଇଡିଂର ସାହାଯ୍ୟ ନେଇଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି ।
ସମର୍ଥ ପଞ୍ଚଗନିରେ ଆଖୁ ରସ ବିକ୍ରେତା ଭାବରେ କାମ କରୁଥିଲେ ଏବଂ ତାଙ୍କ ଦୋକାନ ଚଲାଇବା ସମୟରେ ସେ ତାଙ୍କ ପରୀକ୍ଷା ବିଷୟରେ ଭୁଲିଯାଇଥିଲେ । ଯେତେବେଳେ ସେ ତାଙ୍କ ବନ୍ଧୁଙ୍କ ଫୋନ୍ ପାଇଲେ, ସେ ଦ୍ୱନ୍ଦ୍ୱରେ ପଡ଼ିଗଲେ ଯେ ସମୟ କମ୍ ଥିଲା ଏବଂ ରାସ୍ତାରେ ପ୍ରବଳ ଟ୍ରାଫିକ୍ ଥିଲା । ପରୀକ୍ଷା କେନ୍ଦ୍ର ପାସର୍ଣ୍ଣି ଗାଁରେ ଥିଲା। ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପ୍ରାୟ ଅସମ୍ଭବ ଥିଲା।
ପରୀକ୍ଷା ଆରମ୍ଭ ହେବାକୁ 20 ମିନିଟ୍ ରହିଥିବା ବେଳେ ସେ ପାରା ଗ୍ଲାଇଡିଂ ନେବା ପାଇଁ ସ୍ଥିର କରିଥିଲେ। ଏହାପରେ ଆଡଭେଞ୍ଚର କ୍ରୀଡା ବିଶେଷଜ୍ଞ ଗୋବିନ୍ଦ ୟେୱାଲେ ଏବଂ ତାଙ୍କ ଟିମ୍ ତାଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଦେଇଥିଲେ । ଏହାପରେ ସୁରକ୍ଷିତ ଭାବେ ଛାତ୍ରଜଣକ ଉଡ଼ି ଉଡ଼ି ଯାଇ ପରୀକ୍ଷା ଦେଇଥିଲେ । ବର୍ତ୍ତମାନ ଏହି ଘଟଣାର ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।