fbpx

ଘରେ ଘରେ ଖୋଲାରେ ବୁଲୁଛନ୍ତି ବିଷଧର ସାପ, ପିଲାଠାରୁ ବୁଢା ପର୍ଯ୍ୟନ୍ତ କାହାରି ମନରେ ବି ନାହିଁ ସାପ ପ୍ରତି ଭୟ

Advertisement

ମୁମ୍ବାଇ:ଶୀର୍ଷକଟି ପଢି ଆପଣ ଚମକି ପଡିବେ ନିଶ୍ଚୟ । କାରଣ ବିଷଧର ସର୍ପ ସହ କେହି ବନ୍ଧୁତା କରୁଥିବା କଥା ଆପଣ ଶୁଣିଛନ୍ତି କେବେ । ସାପକୁ ଯେତେ କ୍ଷୀର ଦେଇ ପୋଷିଲେ ବି ସେ କେବେ ନା କେବେ ଚୋଟ ମାରିପାରେ । କିନ୍ତୁ ମହାରାଷ୍ଟ୍ରରେ ଏପରି ଏକ ଗାଁ ରହିଛି ଯେଉଁଠି ସାପ ଓ ମଣିଷ ମିଳିମିଶି ରହୁଛନ୍ତି । ମହାରାଷ୍ଟ୍ର ସୋଲାପୁର ଜିଲ୍ଲା ଶେତଫଳ ଗାଁରେ ବିଷଧର ସାପ ସହିତ ଲୋକମାନେ ମିଶି କରି ରହୁଛନ୍ତି ।

ଏହି ଗାଁର ଲୋକମାନେ ସାପକୁ କେବଳ ପାଳୁନାହାନ୍ତି ବରଂ ସାପ ସହ ମିଳିମିଶି ରହୁଛନ୍ତି । ସେମାନେ ସାପକୁ ନିଜ ପରିବାରର ସଦସ୍ୟ ଭଳି ମନେ କରନ୍ତି । ଗାଁରେ ପ୍ରତି ଘରେ ସାପ ଲୋକମାନଙ୍କ ସହ ଜଣେ ସଦସ୍ୟ ଭଳି ରହିଥାଏ । ପୁଣି ଏହା ଏମିତି ସେମିତି ସାପ ନୁହେଁ ଏହା ହେଉଛି ବିଷାକ୍ତ ନାଗ ସାପ ଯାହା ଲୋକମାନଙ୍କ ଘରେ ମୁକ୍ତ ଭାବେ ବିଚରଣ କରିଥାଏ ।

ଗାଁରେ ସମସ୍ତଙ୍କ ଘରେ ଏହି ସାପ ଖୋଲାଖୋଲି ବୁଲୁଥିଲେ ବି କେହି ଭୟଭୀତ ହୋଇ ନ ଥାନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ଏହି ଗାଁରେ ଲୋକେ ଯେତେବେଳେ ଘର ତିଆରି କରିଥାନ୍ତି ସେତେବେଳେ ସାପ ଲାଗି ଏହା ମଧ୍ୟରେ ଏକ ମନ୍ଦିର ତିଆରି କରିଥାନ୍ତି । ତେବେ ମନରେ ପ୍ରଶ୍ନ ଉଠେ ସାପ କଣ କେବେ କାହାକୁ ଦଂଶନ କରେ ନାହିଁ । ଏହାର ଉତ୍ତର ନା । ଘରର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ବିଷଧର ସାପ ସହ ଦୋସ୍ତି କରିଥାନ୍ତି ।

Get real time updates directly on you device, subscribe now.