fbpx

(Video) Mahi Bhai… Keep Playing…. ମଜାଦାର ଭିଡିଓ ପୋଷ୍ଟ କରି ଶୁଭେଚ୍ଛା ଧୋନୀଙ୍କୁ ଜଣାଇଲେ ଦୀପକ ଚହର

ନୂଆଦିଲ୍ଲୀ: ଆଜି ୪୨ ବର୍ଷ ବୟସରେ ପାଦ ଥାପିଛନ୍ତି ଇଣ୍ଡିଆନ କ୍ରିକେଟର ପୂର୍ବତନ ତଥା ସର୍ବଶ୍ରେଷ୍ଟ ଅଧିନାୟକ ଏମ.ଏସ ଧୋନୀ । ଏହି ଅବସରରେ ସଚିନ ତେନ୍ଦୁଲକରଙ୍କ ସମେତ ଅନେକ ଷ୍ଟାର ଖେଳାଳି ମାହିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ଏହା ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଟିମ ଇଣ୍ଡିଆ ତଥା ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବୋଲର ଦୀପକ ଚହର ଏହି ଭିଡିଓ ଅପଲୋଡ କରି ମାହିଙ୍କୁ ୱିସ କରିଛନ୍ତି ।

କ୍ୟାପଟେନ କୁଲଙ୍କ ସହ କଟାଇଥିବା ବିଭିନ୍ନ ସ୍ପେଶାଲ ମୁହୂର୍ତ୍ତର ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଦୀପକ । ଏହାବ୍ୟତୀତ ଭିଡିଓ ଶେଷରେ ଦୀପକ ଧୋନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଚେରୀଙ୍କର ଏହି ସ୍ପେଶାଲ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଦୀପକଙ୍କର ଏହି ଭିଡିଓରେ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ କରୁଥିବାର ମଧ୍ୟ ଦେଖାଯାଉଛି । ଏହି ଭିଡିଓ ପୋଷ୍ଟ କରିବା ସହ ଦୀପକ କ୍ୟାପ୍ସନରେ ଲେଖିଛନ୍ତି ଯେ, Happy birthday mahi bhai, keep playinggggggg…

୧୯୮୧ ମସିହା ଜୁଲାଇ ୭ ତାରିଖରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ କ୍ୟାପଟେନ କୁଲ ଏମ.ଏସ ଧୋନୀ । ମାହିଙ୍କ ନେତୃତ୍ୱରେ ଦୀପକ ରାଇଜିଙ୍ଗ ପୁଣେ ସୁପରଜିଆଣ୍ଟସ ଏବଂ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳି ସାରିଛନ୍ତି । ଉଭୟଙ୍କର ନିବିଡ ସମ୍ପର୍କ ଅନେକ ଥର ପଡିଆରେ ଏବଂ ପଡିଆ ବାହାରେ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଆଜି ଧୋନୀଙ୍କ ଜନ୍ମଦିନରେ ଦୀପକ ତାଙ୍କୁ ଏକ ସ୍ପେଶାଲ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.