fbpx

ନମାମୀ ଗଙ୍ଗେ ପ୍ରୋଜେକ୍ଟ ସାଇଟରେ ଘଟିଛି ବଡ଼ ଦୂର୍ଘଟଣା : ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ଜଣଙ୍କର ମୃତ୍ୟୁ

ଢେରାଢୁନ : ଉତ୍ତରାଖଣ୍ଡର ଚମୋଲୀ  ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ୧୦ ଜଣ ଲୋକଙ୍କୁ ବହୁତ ଜୋରରେ ଆଘାତ ଲାଗିଛି । ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମୋଲୀ ଘଟଣା ଉପରେ ଦୁଃଖ ପ୍ରକାଶ କରି, ନ୍ୟାୟ ଭାବରେ ମାମଲାର ଯାଞ୍ଚ କରିବା ପାଇଁ ଆଦେଶ ଦେଇଛନ୍ତି । ଚମୋଲୀର ଏସିପି ପରମେନ୍ଦ୍ର ଡୋଭାଲ କହିଲେ ଯେ,ଚମୋଲି ଜିଲ୍ଲାର ଅଳକାନନ୍ଦ ନଦୀ କୂଳରେ ଟ୍ରାନ୍ସଫର୍ମର ଫାଟିବା ଯୋଗୁଁ ୧୫ ଜଣ ଗୁରୁତର ହୋଇଛନ୍ତିି । ଗୁରୁତରକାରୀଙ୍କୁ ଜିଲ୍ଲାର ହସ୍ପିଟାଲରେ ତୁରନ୍ତୁ ଭର୍ତ୍ତୀ କରାଯାଇଥିବା ବେଳେ, ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

ଏହି ମାମଲା ପରେ ସ୍ଥାନୀୟ ଲୋକେ ରାଗି ବିଦ୍ୟୁତ ବିଭାଗକାରୀଙ୍କ ଉପରେ ଅବହେଳାର ଆରୋପ ଲଗାଇଛନ୍ତି । ଏହା ସହିତ ସେମାନେ ନିଗମର ବିରୋଧରେ କାରବାଇ କରିବା ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.