fbpx

ମାଲାୱିର ଉପରାଷ୍ଟ୍ରପତିଙ୍କ ବିମାନ ନିଖୋଜ; ସୌଲୋସ ଚିଲିମାଙ୍କ ସମେତ ଥିଲେ ୧୦ଜଣ

Advertisement

ନୂଆଦିଲ୍ଲୀ: ମାଲାୱିର ଉପରାଷ୍ଟ୍ରପତି ସୌଲୋସ ଚିଲିମାଙ୍କୁ ନେଇ ଯାଉଥିବା ଏକ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତି ଜାରି ହୋଇଛି, ସେଥିରେ କୁହାଯାଇଛି ଯେ ମାଲାଓ୍ଵାନ୍ ଡିଫେନ୍ସ ଫୋର୍ସର ବିମାନଟି ଉଡ଼ାଣ ଭରିବା ପରେ ରାଡାରରୁ ଓହରି ଯାଇଥିଲା । ସେପଟେ ଏହାକୁ ନେଇ ମାଲାୱି ସରକାରୀ ଅଧିକାରୀମାନେ କହିଛନ୍ତି ଏଯାଏଁ ବିମାନର କୌଣସି ସୂଚନା ମିଳିପାରି ନାହିଁ ।

ମିଳିଥିବା ସୂଚନା ଅନୁସାରେ, ସୋମବାର ସକାଳେ ବିମାନଟି ମାଲାବିର ରାଜଧାନୀ ଲିଲୋଙ୍ଗୱେରୁ ଉଡ଼ାଣ ଭରିଥିଲା । ଉପରାଷ୍ଟ୍ରପତିଙ୍କ ବ୍ୟତୀତ ଅନ୍ୟ ୯ ଜଣ ମଧ୍ୟ ବିମାନରେ ଥିଲେ । ନିର୍ଦ୍ଧାରିତ ସମୟରେ ବିମାନଟି ତାହାର ଗନ୍ତବ୍ୟସ୍ଥଳ ମଜୁଜୁରେ ଅବତରଣ କରି ନଥିଲା । ମଜୁଜୁ ମାଲାୱିର ଉତ୍ତର ଭାଗରେ ଅବସ୍ଥିତ । ତେବେ ଏପରି କେଉଁ କାରଣ ପାଇଁ ହୋଇଛି ସେନେଇ କୌଣସି ସ୍ପଷ୍ଟ ହୋଇପାରି ନାହିଁ ।

Get real time updates directly on you device, subscribe now.