fbpx

ମାଲକାନଗିରି: ସୀମାନ୍ତ ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ କଲେ ଯବାନ

Advertisement

ମାଲକାନଗିରି: (ଓଡ଼ିଶା ଭାସ୍କର) ସୀମାନ୍ତ ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ କଲେ ଯବାନ । ତେଲେଙ୍ଗାନା ଭଦ୍ରାଡି କଥାଗୁଡୁମ ଜିଲ୍ଲା ପୁସୁଗୁପା ଜଙ୍ଗଲରେ ଠାବ କରିଲେ ଯବାନ । ସର୍ଚ୍ଚ ଅପରେସନ ବେଳେ ୪, ୩୯୬ଟି ଲୁହାର ସ୍ପାଇକ ଜବତ ହୋଇଥିବା ସୂଚନା । ନକ୍ସଲଙ୍କ ଏହି ଘଟଣାର ପର୍ଦାଫସ କରିଛନ୍ତି ଭଦ୍ରାଦି କଥାଗୁଡ଼ୁମ ଜିଲ୍ଲାର ଏସପି ପରିତୋଷ ପଙ୍କଜ ।

ପବର୍ବରୁ ଜଙ୍ଗଲକୁ ବିଭିନ୍ନ କାମରେ ଯାଉଥିବା ବେଳେ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ମରଣ ଯନ୍ତାରେ ଫସି ମୃତ୍ୟୁବରଣ କରିଛନ୍ତି ସୀମାନ୍ତବର୍ତୀ ଗ୍ରାମର ଲୋକେ । ଉକ୍ତ ଜଙ୍ଗଲରୁ ପୋଲିସ ୪୩୯୬ଟି ଲୁହାର ସ୍ପାଇକ ଗୁଡିକ ଜବତ କରିଛି । ସେପଟେ ଏନେଇ ସୀମାନ୍ତ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରିରଖିଛନ୍ତି ତିନି ରାଜ୍ୟର ପୋଲିସ ।

Get real time updates directly on you device, subscribe now.