fbpx

ପ୍ରଚଣ୍ଡ ଖରାରେ ‘କିଙ୍ଗ କୋବ୍ରା’କୁ ପାଣି ବାଲ୍ଟିରେ ଗାଧୋଇବା ଦେଖି ଲୋକେ ଆଶ୍ଚର୍ଯ୍ୟ

ପ୍ରଚଣ୍ଡ ଖରାରେ କାହାକୁ ବା ଥଣ୍ଡା ପାଣିରେ ଗାଧୋଇବାକୁ ଭଲ ନ ଲାଗେ । ସେ ତେଣିକି ମଣିଷ ହେଉ ବା ଜୀବଜନ୍ତୁ । କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଭିଡିଓରେ ଜଣେ ବ୍ୟକ୍ତି କିଙ୍ଗ କୋବ୍ରାକୁ ଗାଧୋଇ ଦେଉଥିବା ଦେଖିବାକୁ ମିଳିଛି । ଟ୍ୟାପରୁ ପାଣି ବାଲ୍ଟି ଆଣି ସାପ ମୁଣ୍ଡ ଉପରେ ଢାଳୁଥିବା ବେଳେ କୋବ୍ରା ବି ଏହାର ମଜା ନେଉଛି ଓ ବିଲା ହଲଚଲରେ ସ୍ଥିର ହୋଇ ରହିଥିବା ନଜର ଆସିଛି । ଏହି ଭିଡିଓକୁ ସୁଶାନ୍ତ ନନ୍ଦା ନାମକ ଜଣେ ବ୍ୟକ୍ତି ଟ୍ୱିଟରେ ସେୟାର କରିଛନ୍ତି । ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବା ବେଳେ ଲୋକମାନେ ମଧ୍ୟ ଏହାକୁ ବେଶ ପସନ୍ଦ କରୁଛନ୍ତି । କିନ୍ତୁ ଏପରି କରିବା ବିପଦଜ୍ଜନକ ବୋଲି ସୁଶାନ୍ତ ନିଜ ଆକାଉଣ୍ଟରେ ଲେଖିଛନ୍ତି । ତେବେ ଆସନ୍ତୁ ଦେଖିବା ଏହି ଭିଡିଓ..

ତେବେ ଭିଡିଓରେ ନଜର ଆସିଥିବା ବ୍ୟକ୍ତିକୁ ସାପ ଧରାଳି ବୋଲି କୁହାଯାଉଛି । ସେ କୋବ୍ରାର ମୁଣ୍ଡରେ ହାତ ବୁଲାଇବା ସହ ପାଣି ଆଣି ଢାଳୁଛନ୍ତି ।

Get real time updates directly on you device, subscribe now.