fbpx

ଗୋମାଂସ ଖାଉଥିବା ସନ୍ଦେହରେ କବାଡ଼ିଆଙ୍କୁ ପିଟିପିଟି ହତ୍ୟା; ୨ ନାବାଳକଙ୍କ ସମେତ ୭ ଗିରଫ

ନୂଆଦିଲ୍ଲୀ: ଗୋମାଂସ ଖାଉଥିବା ସନ୍ଦେହରେ କବାଡ଼ିଆଙ୍କୁ ପିଟିପିଟି ହତ୍ୟା। ହରିୟାଣାର ଚରଖୀ ଦାଦରି ଜିଲ୍ଲାରେ ଘଟିଛି ଏଭଳି ଘଟଣା। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଦେଲେ ଗୋରକ୍ଷକ ଦଳ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଅଧିକାରୀଙ୍କ କହିବା ନୁସାରେ, ଅଗଷ୍ଟ ୨୭ ତାରିଖରେ ସାବିର ମଲ୍ଲିକଙ୍କୁ ହତ୍ୟା କରାଯାଇଥିଲା। ଅଭିଷେକ, ମୋହିତ, ରବୀନ୍ଦ୍ର, କମଲଜିତ ଓ ସାହିଲ ନାମକ ୫ ଜଣ ଅଭିଯୁକ୍ତ ଗୋମାଂସ ଖାଇବା ସନ୍ଦେହରେ ମୃତବ୍ୟକ୍ତଙ୍କୁ ଖାଲି ପ୍ଲାଷ୍ଟିକ ବୋତଲ ବିକ୍ରି କରିବା ବାହାନାରେ ଏକ ଦୋକାନକୁ ଡାକିଥିଲେ।

ଅଭିଯୁକ୍ତମାନେ ତାଙ୍କୁ ମାଡ଼ ମାରୁଥିବା ବେଳେ କିଛି ଲୋକ ଅଟକାଇଥିଲେ। ଏହାପରେ ସେମାନେ ମୃତକଙ୍କୁ ଅନ୍ୟ ସ୍ଥାନକୁ ନେଇ ପୁଣି ମାଡ଼ ମାରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଲ୍ଲିକ ଚରଖୀ ଦାଦରି ଜିଲ୍ଲାର ବାନ୍ଦ୍ରା ଗାଁ ନିକଟସ୍ଥ ଏକ ବସ୍ତିରେ ରହୁଥିଲେ ଏବଂ ଜୀବିକା ନିର୍ବାହ ପାଇଁ ସ୍କ୍ରାପ୍ ପିକର କବାଡ଼ିଆ କାମ କରୁଥିଲେ। ଅଧିକାରୀଙ୍କ ସୂଚନା ଅନୁଯାୟୀ, ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଦୁଇ ଜଣ ନାବାଳକଙ୍କୁ ମଧ୍ୟ ଗିରଫ କରାଯାଇଛି।

ପୋଲିସ ଆହୁରି ମଧ୍ୟ କହିଛି ଯେ ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ କୋଡ୍ (ବିଏନ୍ଏସ୍)ର ପ୍ରାସଙ୍ଗିକ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ଘଟଣା ସହ ଜଡିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ଦିନକ ତଳେ ଗୋରକ୍ଷକ ଦଳର ସଦସ୍ୟମାନେ ବସ୍ତିରେ ଗାଈ ମାଂସକୁ ନେଇ ହୋହଲ୍ଲା କରିଥିଲେ। ବର୍ତମାନ ବରଦା ଥାନା ପୋଲିସ ତଦନ୍ତ ଜାରି ରଖିଛି।

Get real time updates directly on you device, subscribe now.