fbpx

ଏଣିକି ଅନ୍ୟ ଗ୍ରହମାନଙ୍କରେ ମଧ୍ୟ ମଣିଷ ଜୀବନଯାପନ କରିପାରିବ, ମାତ୍ର ଏହା କେବେ ସମ୍ଭବ ହେବ: କ’ଣ କହୁଛି ବୈଜ୍ଞାନିକଙ୍କ ରିସର୍ଚ୍ଚ ରିପୋର୍ଟ

Advertisement

ନୂଆଦିଲ୍ଲୀ: ଆଜିର ବିଜ୍ଞାନ ଯେତେ ଅଗ୍ରଗତି କରିଥିଲେ ହେଁ ଅନେକ କ୍ଷେତ୍ରରେ ଆମେ ଏବେ ବି ପଛରେ ରହିଛେ । ଦଶନ୍ଧି ଦଶନ୍ଧି ପୂର୍ବରୁ ଚନ୍ଦ୍ର, ମଙ୍ଗଳରେ ମଣିଷର ଜୀବନଯାପନ ନେଇ କୁହାଯାଉଥିଲେ ମଧ୍ୟ ତାହା ବର୍ତ୍ତମାନ ପୂର୍ଣ୍ଣାଙ୍ଗ ରୂପ ନେଇ ପାରିନାହିଁ । ଆମ ସୌର ଜଗତର ଆଠଟି ଗ୍ରହ ମଧ୍ୟରୁ କେଉଁଠି ଜୀବନର ସତ୍ତା କିପରି ଅଛି, ମଣିଷମାନେ ସେଠାରେ ବସବାସ କରୁଛନ୍ତି ନା ନାହିଁ, ସେ ନେଇ ସ୍ପଷ୍ଟ ତଥ୍ୟ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ପାଇ ପାରି ନାହାନ୍ତି । ପୁଣି ଆମ ସୌର ଜଗତ ଛଡ଼ା ଆହୁରି ଅନେକ ସୌର ଜଗତ ଆମ ବିଶ୍ୱରେ ରହିଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ତେବେ ଅନ୍ୟ ଗ୍ରହରେ ମଣିଷର ଜୀବନଧାରଣକୁ ନେଇ ନିକଟରେ ବୈଜ୍ଞାନିକମାନେ ଏକ ନୂଆ ରିପୋର୍ଟ ପ୍ରଦାନ କରିଛନ୍ତି । ଏଣିକି ଅନ୍ୟ ଗ୍ରହମାନଙ୍କରେ ମଣିଷ ଜୀବନ ଯାପନ କରିପାରିବ । ମାତ୍ର ଏହା ଏତେଶୀଘ୍ର ସମ୍ଭବ ହୋଇ ପାରିବ ନାହିଁ । ବୈଜ୍ଞାନିକଙ୍କ ମତରେ ଆଗାମୀ ୨୦୦ ବର୍ଷ ମଧ୍ୟରେ ମଣିଷ ଅନ୍ୟ ଗ୍ରହରେ ବସବାସ ଆରମ୍ଭ କରିବ । ଆମେରିକାର ମହାକାଶ ଏଜେନ୍ସି ନାସାର ଜେଟ ପ୍ରୋପୁଲସନ ଲାବୋରେଟୋରୀର ସାଇଣ୍ଟିଷ୍ଟ ଜୋନାଥନ ଜିୟାଙ୍ଗଙ୍କ ମତରେ ପୃଥିବୀ ଅନ୍ଧାରରେ ଆଚ୍ଛାଦିତ ଏକ ଛୋଟ ସ୍ଥାନ, ଯେଉଁଠି ଆମେ ଏକ ଛୋଟ ଚଟାଣରେ ଫସି ରହିଛେ ।

ଜିୟାଙ୍କ ମତରେ, ନିଜ ଗ୍ରହକୁ ଛାଡ଼ିବାକୁ ହେଲେ ମଣିଷକୁ ପରମାଣୁ ଓ ନବୀକରଣ ଉର୍ଜାର ବ୍ୟବହାର ବହୁଳ ଭାବେ କରିବାକୁ ପଡ଼ିବ । ତେବେ ଉକ୍ତ ଉର୍ଜାର ଖରାପ ବ୍ୟବହାରରୁ ନିବୃତ୍ତ ରହିବା ଦରକାର । ଆମକୁ ଆତ୍ମ-ବିନାଶରୁ ବର୍ତ୍ତିବା ପାଇଁ ହେଲେ ନିଜର ଉର୍ଜାକୁ ଅନେକ ଦୁନିଆ ପର୍ଯ୍ୟନ୍ତ ବ୍ୟାପ୍ତ କରିବାକୁ ପଡ଼ିବ । ଏକାଧିକ ଗ୍ରହରେ ମାନବର ଉପସ୍ଥିତ ହେବା ଫଳରେ ଆତ୍ମ-ବିନାଶ ବିରୋଧରେ ଏକ ଶକ୍ତିଶାଳୀ ସୁରକ୍ଷା କବଚ ସୃଷ୍ଟି ହେବ । ମାତ୍ର ଏହି ଷ୍ଟାଟସକୁ ପାଇବାକୁ ହେଲେ ଆମକୁ ପର୍ଯ୍ୟାପ୍ତ ପରିମାଣର ଉର୍ଜାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.