fbpx

ବିଶ୍ୱର କଲ୍ୟାଣ ପାଇଁ ଭକ୍ତଙ୍କ ପୁରୀ ଯାତ୍ରା: ରାଜସ୍ଥାନରୁ ଦଣ୍ଡବତ ହୋଇ ଆସୁଛନ୍ତି ଏହି ଭକ୍ତ: ଦେଖନ୍ତୁ ଭିଡିଓ…

ବର୍ତ୍ତମାନ ଦୁନିଆରେ ସମସ୍ତେ ନିଜ ତଥା ନିଜ ପରିବାରର ମଙ୍ଗଳ କାମନା କରି ପ୍ରଭୁଙ୍କ ଆରାଧନା କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଭକ୍ତ ଙ୍କୁ ଦେଖାଉଛୁ ଯେ କି ନିଜ ପାଇଁ ନୁହେ ବଂର ସଂସାର ତଥା ଜଗତ ମଙ୍ଗଳ ପାଇଁ ପୁରୀ ଯାତ୍ରାରେ ବାହାରିଛନ୍ତି ।

ଏହି ଭକ୍ତଙ୍କୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର ଦେଇ ଯାଉଥିବା ସମୟରେ ତାଙ୍କର ଏହି ନିଆରା ଯାତ୍ରାକୁ ବହୁ ଲୋକ ଦେଖି ଆଶ୍ଚର୍ଯ୍ୟ  ହୋଇଥିଲେ କାରଣ ଗତବର୍ଷ ଏପ୍ରିଲ ୨୯ ତାରିଖ ଠାରୁ ରାଜସ୍ଥାନରୁ ଏହି ଭକ୍ତ ଜଣକ ନିଜର ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ଇଚ୍ଛାରେ  ପୁରୀ ଧାମକୁ ଯାତ୍ରାରେ ବାହାରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ  ଏହି ଭକ୍ତ ଜଣକ ଦୀର୍ଘ ୮ ମାସ ଧରି ଯାତ୍ରା କରିବା ପରେ ଆଜି ରେଢାଖୋଲରେ ପହଞ୍ଚିଥିଲେ । ତେବେ ସବୁଠୁ ଆଶ୍ଚର୍ଯ୍ୟ  କଥା ହେଲା ଯେ ସେ ତାଙ୍କର ଯାତ୍ରା ସମୟରେ ରାଜରାସ୍ତା ରେ  ଦଣ୍ଡ ପ୍ରଣାମ କରି କରି ଯାତ୍ରା ଜାରି ରଖିଛନ୍ତି ।

ରାଜସ୍ଥାନର ଏହି ଜଗନ୍ନାଥ ଭକ୍ତ ଜଣକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି  କରୋନା ମହାମାରୀରୁ ସାରା ବିଶ୍ବର ଜନ କଲ୍ୟାଣ ପାଇଁ ପ୍ରାର୍ଥନା କରିବେ ବୋଲି କହିଛନ୍ତି । ବିଶ୍ୱକଲ୍ୟାଣ ପାଇଁ ଏହି ଜଗନ୍ନାଥ ଭକ୍ତଙ୍କ ମହତ ଉଦ୍ୟମକୁ ରେଢାଖୋଲ ଅଞ୍ଚଳରେ  ଲୋକମାନେ ସାଧୁବାଦ ଜଣାଇଛନ୍ତି  ।

Get real time updates directly on you device, subscribe now.