fbpx

‘କଙ୍ଗନାଙ୍କ ଗାଲ ଠାରୁ ମଧ୍ୟ ଅଧିକ ଚିକ୍କଣ ହେବ ରାସ୍ତା’ : କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: କଙ୍ଗନାଙ୍କ ଗାଲ ପରି ରାସ୍ତା ତିଆରି କରିବା ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଝାଡଖଣ୍ଡ ଜାମତାରା କଂଗ୍ରେସ ବିଧାୟକ ଇରଫାନ ଅନସାରୀ  । ସେ କହିଛନ୍ତି ନିଜ ବିଧାନସଭା କ୍ଷେତ୍ରରେ ସବୁ ସ୍ୱୀକୃତି ପ୍ରାପ୍ତ ସଡ଼କକୁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଗାଲ ଠାରୁ ମଧ୍ୟ ଅଧିକ ଚିକ୍କଣ କରାଯିବ ।

ରାଜ୍ୟର ହେମନ୍ତ ସୋରେନ ସରକାରଙ୍କ ସହ ସହଯୋଗୀ ଦଳ ଭାବରେ ଥିବା କଂଗ୍ରେସର ବିଧାୟକ ଇରଫାନ ଅନସାରୀ ଏକ ଭିଡିଓ ଜାରି କରି କହିଛନ୍ତିି ଯେ ‘ଜାମତାରାର ଆଦିବାଦସୀଙ୍କ ପାଇଁ ୧୪ ସଡ଼କ ର୍ନିମାଣ ପାଇଁ ଶପଥ କରିଛି । ବିଶ୍ୱାସ ରଖନ୍ତୁ ଏହି ସଡ଼କ କଙ୍ଗନା ରଣାୱତଙ୍କ ଗାଲଠାରୁ ମଧ୍ୟ ଅଧିକ ଚିକ୍କଣ ହେବ । ଆମର ଆଦିବାସୀ ଭାଇଭଉଣୀ, ପିଲାମାନେ, ଯୁବକମାନେ ବ୍ୟବସାୟୀ ସମେସ୍ତେ ଏହା ଉପରେ ଚାଲିବେ । ବିଜେପିକୁ ଟାର୍ଗେଟ କରିବା ସହ ସେ କହିଥିଲେ ବିଜେପି ସରକାର ସମୟରେ ଏଭଳି ସଡ଼କ ତିଆରି ହୋଇନଥିଲା । ବିଜେପି ରାଜ୍ୟକୁ ଲୁଟିଥିଲା । ଫଳରେ ଗାଁରେ ରହୁଥିବା ଆଦିବାସୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେ କହିଛନ୍ତି ଧୂଳି ଯୋଗୁଁ ଅନେକ ରୋଗ ହୋଇଥାଏ ତେଣୁ ମୁଁ ନିଷ୍ପତ୍ତି କରିଥିଲି ଆମ ସରକାର ଆସିବା ପରେ ମୂଳ ନିବାସୀଙ୍କ ପାଇଁ ବିକାଶମୂଳକ କାର୍ଯ୍ୟ କରାଯିବ । ଏହା ଅନୁଯାୟୀ ୧୪ ସଡ଼କ ତିଆରି ପାଇଁ ଟେଣ୍ଡର ଶେଷ ହୋଇଛି ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଆରଜେଡି ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଧ୍ୟ ଏଭଳି ଭାବରେ ବଲିଉଡ ଅଭିନେତ୍ରୀ ହେମା ମାଳଳିନୀଙ୍କ ଗାଲ ପରି ରାସ୍ତା ତିଆରି କରିବା କଥା କହି ବିବାଦ ଘେରକୁ ଆସିଥିଲେ । ଏବେ ଇରଫାନ ଅନସାରୀ ମଧ୍ୟ ଏହି ବୟାନ ଦ୍ୱାରା ବିବାଦ ଘେରକୁ ଆସିପାରନ୍ତି ।

Get real time updates directly on you device, subscribe now.