fbpx

ମାଟି ଖୋଳୁଖୋଳୁ ମିଳିଲା ୭୦୦ରୁ ଅଧିକ ସୁନା ଓ ରୁପା ମୁଦ୍ରା! ଗୋଟିଏ ଝଟକାରେ ବଦଳିଗଲା ଯୁବକଙ୍କ ଜୀବନ

Advertisement

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଚାରିପାଖରେ ଏପରି କିଛି ବଡ଼ ଘଟଣା ଘଟିଥାଏ, ଯାହାକୁ ଆମେ ସହଜରେ ବିଶ୍ୱାସ କରିପାରି ନଥାଉ । ଏପରି ଏକ ଆଶ୍ୱର୍ଯ୍ୟଜନକ ଘଟଣା ଘଟିଥିବା ଜଣେ ବ୍ୟକ୍ତିଙ୍କ ସହ । ଜଣେ ବ୍ୟକ୍ତି ମାଟି ଖୋଳୁଥିବା ସମୟରେ ଅଚାନକ ପାଇଥିଲେ ପ୍ରଚୁର ସୁନା ଓ ରୁପାର ମୁଦ୍ରା । ଏହି ମୁଦ୍ରାଗୁଡ଼ିକର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହୋଇଥିଲା । ଫଳରେ ଉକ୍ତ ବ୍ୟକ୍ତିଙ୍କର ଜୀବନ ରାତାରାତି ବଦଳି ଯାଇଥିଲା ବୋଲି କୁହାଯାଇଥିଲା ।

ସୂଚନା ମୁତାବକ, ୧୮୪୦-୧୮୬୩ ମଧ୍ୟରେ ଏପରି ଏକ ଘଟଣା ଘଟିଥିଲା । ଆମେରିକାର କେଣ୍ଟକିରରୁ ଆସିଥିଲା ଏଭଳି ଏକ ଖବର । ମାଟି ଖୋଳିବା ସମୟରେ ୭୦୦ରୁ ଅଧିକ ପୁରୁଣା ମୁଦ୍ରା ଯୁବକ ଜଣଙ୍କ ପାଇଥିଲେ । ଏନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ମାଟି ଖେଳୁଥିବା ସମୟରେ କିପରି ସୁନା ଓ ରୁପାର ମୁଦ୍ରା ମାଟି ତଳେ ରହିଥିଲା, ତାହା ଭିଡିଓରେ ଦେଖିବାକୁ ମିଳିଥିଲା । ଉକ୍ତ ମୁଦ୍ରାଗୁଡ଼ିକ ମଧ୍ୟରେ ୯୫ ପ୍ରତିଶତ ସୁନା ରହିଥିଲା ।

ଗୃହଯୁଦ୍ଧ ସମୟରେ ଜଣେ ଯୁବକ କ୍ଷେତରେ କାମ କରୁଥିଲେ । ସେହି ମୁଦ୍ରାଗୁଡ଼ିକ ମଧ୍ୟରେ କିଛି ୧ ଡଲାରର, କିଛି ୧୦ ଡଲାରର ଓ ଆଉ କିଛି ୨୦ ଡଲାରର ରହିଥିଲା । ସେଥିରେ କିଛି ଦୁର୍ଲ୍ଲଭ ଲିବର୍ଟି ପ୍ୟାଟର୍ଣ୍ଣ କଏନ ମଧ୍ୟ ସାମିଲ ଥିଲା । କ୍ଷେତ୍ରରେ କାମ କରୁଥିବା ଯୁବକଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଧନସମ୍ପତ୍ତି ମିଳିଯାଇଛି ବୋଲି ଭିଡିଓ ଦେଖିବା ପରେ ୟୁଜର୍ସ କହିଥିଲେ । ଏହାକୁ ‘ଗ୍ରେଟ କେଣ୍ଟକି ହୋର୍ଡ’ ବୋଲି ନାମ ଦିଆଯାଇଥିଲା । ତେବେ ଉଦ୍ଧାର ହୋଇଥିବା ମୁଦ୍ରା ମଧ୍ୟରୁ କିଛି ଅତି ଦୁର୍ଲ୍ଲଭ ଥିଲା ବୋଲି ଲାଇଭ୍ ସାଇନ୍ସ ରିପୋର୍ଟରେ କୁହାଯାଇଥିଲା ।

Get real time updates directly on you device, subscribe now.