fbpx

ଘରେ ପଶିଗଲା ସାପ, କାଢ଼ିବାକୁ ହରାଇବାକୁ ପଡ଼ିଲା ୧୩ କୋଟିର ସମ୍ପତ୍ତି

ସାପକୁ ମାରିବା ପଡ଼ିଲା ମହଙ୍ଗା । ସାପକୁ ମାରିବାକୁ ଯାଇ ଜଣେ ବ୍ୟକ୍ତି ଏମିତି କିଛି କରିଥିଲେ ଯାହା ତାଙ୍କୁ ମହଙ୍ଗା ପଡ଼ିଛି । ସହିବାକୁ ପଡ଼ିଛି ୧୩ କୋଟିର କ୍ଷତି । ଜାଣନ୍ତୁ କ’ଣ ରହିଛି ମାମଲା ।

ଏକ ରିପୋର୍ଟ ଅନୁସାରେ ମେରୀଲ୍ୟାଣ୍ଡର ଜଣେ ବ୍ୟକ୍ତିଙ୍କୁ ତାଙ୍କ ଘରେ ସାପ ପଶିଥିବା ଜଣାପଡ଼ିଥିଲା ଏହାପରେ ସେ ସାପକୁ ମାରିବା ପାଇଁ ସାପ ଉପରକୁ କିଛି ଜଳନ୍ତା କୋଇଲା ଫିଙ୍ଗିଥିଲେ, ହେଲେ ଏଥିରେ ସାପ ତ’ ମରିନଥିଲା କିନ୍ତୁ ତାଙ୍କ ଘର ଜଳିଯାଇଥିଲା । ଫଳରେ ତାଙ୍କର ପ୍ରାୟ ୧୩ କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିଲା । ପ୍ରାୟ ୭୫ଟି ଦମକଳ ଗାଡ଼ି ନିଆଁ ଲିଭାଇଥିଲା ।

ତେବେ ଏହି ଘଟଣାରେ କେହି ଆହତ ହୋଇନାହିଁନ୍ତି । ନିଆଁ ପ୍ରାୟ ୧୦ହଜାର ବର୍ଗଫୁଟରେ ତିଆରି ହୋଇଥିଲା ଏହି ଘର । ସାପ ଉପରକୁ ନିଆଁ ଫୋପାଡିବା ସତରେ ବ୍ୟକ୍ତି ମହଙ୍ଗା ପଡ଼ିଛି ।

Get real time updates directly on you device, subscribe now.