fbpx

ପାର୍ସଲ ଡେଲିଭରୀ ଲିଙ୍କରେ କ୍ଲିକ କଲେ; ଆକାଉଣ୍ଟରୁ ଗାଏବ ହୋଇଗଲା ୮ ଲକ୍ଷ ଟଙ୍କା

କୋଲକାତା: ଡେଲିଭରୀ କମ୍ପାନୀ ତରଫର ଆସିଥିବା ଗୋଟିଏ ଲିଙ୍କକୁ କ୍ଲିକ କରିବାରୁ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇ ଯାଇଛି । ଟ୍ରାନ୍ସପୋର୍ଟ ବେପାରୀଙ୍କ ଖାତାରୁ ଏକା ଥରକେ ୮ ଲକ୍ଷ ଟଙ୍କା ଚୋରି ହୋଇଥିବା ଜାଣିବାକୁ ମିଳିଛି । ଏହି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏମିତି ଏକ ଘଟଣା ପଶ୍ଚିମବଙ୍ଗ ହୁଗଳୀ ଜିଲ୍ଲାର ଉତ୍ତରପାଡାରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଉତ୍ତରପାଡାର ଜଣେ ବ୍ୟବସାୟୀଙ୍କ ପାଖକୁ ଅନଲାଇନ୍ ଇ-କମର୍ସ ତରଫରୁ ଫୋନ ଆସିଥିଲା । ବ୍ୟବସାୟୀଙ୍କୁ କୁହାଯାଇଥିଲା ଯେ, ପାର୍ସଲ ଡେଲିଭରୀ ପାଇଁ ଡେଲିଭରୀ ବୟ ଘର ଚିହ୍ନଟ କରିପାରୁନାହାନ୍ତି । ତେଣୁ ତାଙ୍କ ମୋବାଇଲକୁ ଏକ ଡେଲିଭରୀ କୋଡ ପଠାଯାଉଛି । ତେଣୁ ଡେଲିଭରୀ ବୟଙ୍କୁ ନିଜର ଠିକଣା ଦେବା ପାଇଁ କୁହାଯାଇଥିଲା । ଏହାପରେ ରଞ୍ଜିତ କର୍ମକାରଙ୍କ ମୋବାଇଲକୁ ଏକ ଲିଙ୍କ ପଠା ଯାଇଥିଲା ଏବଂ ତାଙ୍କ ରେଫରେନ୍ସ ନମ୍ବର ପଠାଇବାକୁ କୁହାଯାଇଥିଲା । ତେବେ ସାଇବର ଲୁଟେରାଙ୍କ କାରନାମା ଜାଣି ନ ପାରି କମ୍ପାନୀକୁ ଏହି ରେଫରେନ୍ସ ପଠାଇ ଦେଇଥିଲେ ରଞ୍ଜିତ । ଏହାପରେ ତାଙ୍କ ମୋବାଇଲକୁ ଗୋଟିଏ ପରେ ଗୋଟିଏ ଓଟିପି ଆସିଥିଲା ।

ତେବେ ସାଇବର ଲୁଟେରା ରଞ୍ଜିତଙ୍କର ଏକ ବ୍ୟାଙ୍କ ଆକାଉଣ୍ଟରୁ ଏକା ସାଙ୍ଗରେ ୮ ଲକ୍ଷ ଟଙ୍କା ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି । ଉତ୍ତରପାଡା ଥାନା ସହିତ ଚନ୍ଦନନଗର ପୋଲିସ କମିସନରେଟର ସାଇବର କ୍ରାଇମ ବିଭାଗରେ ଲୁଟ ନେଇ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.