fbpx
BJD SKY
BJD SKY

କରୋନା ପଜିଟିଭ୍ ସାଙ୍ଗଙ୍କୁ ଅକ୍ସିଜେନ ଦେବା ପାଇଁ ୧୩ ଶହ କିମି ଯାତ୍ରା କଲେ ଯୁବକ

BJD

ନୂଆଦିଲ୍ଲୀ, ୨୮ା୪: ଦେଶରେ କରୋନାର ଲହର ସାଧାରଣଙ୍କ ଜନତାଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ନିଜର ସାଙ୍ଗଙ୍କୁ ଅକ୍ସିଜେନ ଦେବା ପାଇଁ ଜଣେ ଯୁବକଙ୍କୁ ୧୩୦୦ କିମି ଯାତ୍ରା କରିବାକୁ ପଡ଼ିଛି । ଦେବେନ୍ଦ୍ର କୁମାର ଶର୍ମା ନାମକ ଜଣେ ଯୁବକ ନିଜର ବନ୍ଧୁ ରାଜନ କୁମାର ସିଂହଙ୍କୁ ଅକ୍ସିଜେନ ଦେବା ପାଇଁ ୨୪ ଘଣ୍ଟା ମଧ୍ୟରେ ବୋକାରୋ, ବୈଶାଲୀ, ଗାଜିଆବାଦି ଆଦି ଅଞ୍ଚଳ ଯାତ୍ରା କରିଛନ୍ତି । କରୋନାରେ ଆକ୍ରାନ୍ତ ଥିବା ରାଜନ ମୃତ୍ୟୁ ସହ ଲଢ଼ୁଥିବା ସମୟରେ ତାଙ୍କୁ ବଞ୍ଚାଇବା ପାଇଁ ଦେବେନ୍ଦ୍ର ଏହି କଠିନ ପରିଶ୍ରମ କରିବାକୁ ପଛାଇ ନଥିଲେ ।

ଏହି ଘଟଣା ଏକ ଫିଲ୍ମର କାହାଣୀ ପରି ଲାଗୁଛି । ଦେବେନ୍ଦ୍ର ଏହି କାର୍ଯ୍ୟ କରି ଜଣେ ପ୍ରକୃତ ବନ୍ଧୁର ପରିଚୟ ଦେଇଛନ୍ତି । ଗତ ୨୪ ତାରିଖ ରାତିରେ ଦେବେନ୍ଦ୍ରଙ୍କ ପାଖକୁ ଫୋନ ଆସିଥିଲା । ପଜିଟିଭ ଚିହ୍ନଟ ହୋଇଥିବା ରାଜନଙ୍କ ପାଖରେ ଆଉ ମାତ୍ର ଗୋଟିଏ ଦିନ ପାଇଁ ଅକ୍ସିଜେନା ମହଜୁଦ ଥିଲା । ତେଣୁ କାଳ ବିଳମ୍ବ ନ କରି ଦେବେନ୍ଦ୍ର ଯୁଦ୍ଧକାଳୀନ ଭିତ୍ତିରେ ନିଜର ବାଲ୍ୟବନ୍ଧୁଙ୍କୁ ବଞ୍ଚାଇବା ପାଇଁ ଅକ୍ସିଜେନ ସହ ନିଜର ଯାତ୍ରା ଆରମ୍ଭ କରିଥିଲେ । ଶେଷରେ ସେ ନିଜର ବନ୍ଧୁଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ ।

Get real time updates directly on you device, subscribe now.