fbpx

ଅବକାରୀ ନୀତି କେସରେ ମନୀଷ ସିସୋଦିଆଙ୍କୁ ଆଶ୍ୱସ୍ତି: ଦିଲ୍ଲୀ ହାଇକୋର୍ଟ ଦେଲେ ଅନୁମତି

Advertisement

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲା କେସରେ ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଦିଆଙ୍କୁ ଆଶ୍ୱସ୍ତି ମିଳିଛି । ମନୀଷଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଉଚ୍ଚ ନ୍ୟାୟାଳୟ । ତେବେ ଏହାର ନିଷ୍ପତ୍ତି ସୁରକ୍ଷିତ ରଖାଯାଇଥିବା ବେଳେ ମନୀଷଙ୍କୁ ଆସନ୍ତାକାଲି କିଛି ସମୟ ପାଇଁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପୋଲିସ ହେପାଜତ ମଧ୍ୟରେ ପତ୍ନୀଙ୍କ ସହ ଭେଟ କରିବା ପାଇଁ ହାଇକେର୍ଟଙ୍କ ତରଫରୁ ମନୀଷଙ୍କୁ ଅନୁମତି ମିଳିଛି ।

ସୂଚନା ଅନୁସାରେ, ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜନିତ କାରଣ ଦର୍ଶଇ ହାଇକୋର୍ଟ ଅନ୍ତରୀଣ ଜାମିନ ଆବେଦନ କରିଥିଲେ ମନୀଷ ସିସୋଦିଆ । ତାଙ୍କର ଏହି ଆବେଦନକୁ ହାଇକୋର୍ଟ ପକ୍ଷରୁ ମଞ୍ଜୁରୀ ମିଳିସାରିଛି । ଆସନ୍ତାକାଲି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତେବେ ଏଥିପାଇଁ କାଲି ସନ୍ଧ୍ୟା ସୁଦ୍ଧା ପତ୍ନୀଙ୍କ ମେଡିକାଲ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି ହାଇକୋର୍ଟ । ଏହାବ୍ୟତୀତ ଜାମିନ ସମୟରେ ମନୀଷଙ୍କୁ କୌଣସି ଗଣମାଧ୍ୟମ ସହ ଆଲୋଚନା ନ କରିବା ପାଇଁ ଦିଲ୍ଲୀ କୋର୍ଟ ସର୍ତ୍ତ ରଖିଛନ୍ତି । ପରିବାର ବ୍ୟତୀତ ଅନ୍ୟ କାହା ସହିତ ମଧ୍ୟ ସେ କଥାବାର୍ତ୍ତା କରିପାରିବେ ନାହିଁ ।

Get real time updates directly on you device, subscribe now.