fbpx

କଡା ସୁରକ୍ଷା ମଧ୍ୟରେ ତିହାରରୁ ନିଜ ଘରେ ପହଞ୍ଚିଲେ ସିସୋଦିଆ, ମାତ୍ର ୬ ଘଣ୍ଟା ମିଳିଛି ସମୟ

Advertisement

ନୂଆଦିଲ୍ଲୀ:ଦିଲ୍ଲୀର ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ନିଜ ଅସୁସ୍ଥ ପତ୍ନୀଙ୍କୁ ଦେଖା କରିବାକୁ ଘରେ ପହଞ୍ଚିଛନ୍ତି । ଦିଲ୍ଲୀ ପୋଲିସର କଡା ସୁରକ୍ଷା ମଧ୍ୟରେ ସେ ଘରକୁ ଆସିଛନ୍ତି । ସିସୋଦିଆ ସେହି ଘରେ ପତ୍ନୀଙ୍କୁ ଭେଟିଛନ୍ତି ଯାହା ଏବେ ଅଧିକାରୀକ ଭାବରେ ଦିଲ୍ଲୀ ସରକାର ଆତିଶିଙ୍କୁ ଆବଣ୍ଟନ କରିଛନ୍ତି । ଏହି ଘର ପୂର୍ବରୁ ମନୀଷ ସିସୋଦିଆଙ୍କୁ ଆବଣ୍ଟନ କରାଯାଇଥିଲା ।

ଏଠାରେ ସୂଚାଇ ଦିଆଯାଇପାରେ କି ଦିଲ୍ଲୀ ମଦ ଘୋଟାଲାରେ ସିସୋଦିଆ ଜେଲ୍‌ରେ ଅଛନ୍ତି । କାଲି କୋର୍ଟ ତାଙ୍କୁ ପତ୍ନୀଙ୍କୁ ଭେଟିବାକୁ ମାତ୍ର ୬ ଘଣ୍ଟା ସମୟ ଦେଇଛନ୍ତି । ଏହି ନିର୍ଦ୍ଦେଶ ବଳରେ ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ସିସୋଦିଆ ନିଜ ପତ୍ନୀଙ୍କୁ ଭେଟିପାରିବେ ।

Get real time updates directly on you device, subscribe now.