fbpx

ଆମ ଘରେ ପାଞ୍ଚ ଦିନ ହେଲା ଚୁଲି ଜଳିନି, ଆମକୁ ମାର୍କେଟ ବିଲଡିଂରୁ ଉଠାନ୍ତୁ ନାହିଁ, ଜଣେ ଦୃଷ୍ଟିହୀନ ମହିଳା ଦୁଃଖରେ କ’ଣ କହୁଛନ୍ତି See Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୫ ତାରିଖ ଦିନ ମାର୍କେଟ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଥିଲା । ଉଠାଦୋକାନୀ ମାର୍କେଟ୍ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେବାରୁ ମାର୍କେଟ ବିଲ୍ଡିଂ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଏହାର ପ୍ରତିବାଦରେ ପରିସରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ମାର୍କେଟ୍ ସଂଘ ନିଷ୍ପତ୍ତି ନେଇଥିଲା । ତେବେ ଏହି ମାମଲାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଗରିବ ଲୋକମାନେ । ଏନେଇ କିଛି ଦୃଷ୍ଟିହୀନ ବ୍ୟକ୍ତି ସେମାନଙ୍କର ଦୁଃଖ ବ୍ୟକ୍ତ କରିଛନ୍ତି ।

ମାର୍କେଟ କଡ଼ରେ ବସି ଭିକ୍ଷା ମାଗି କିଛି ଅନ୍ଧ ଲୋକ ନିଜର ପରିବାର ମେଣ୍ଟାଉଥିଲେ । ତେଣୁ ସେମାନଙ୍କୁ ଉଠାଇଦେବା ଫଳରେ ସେମାନଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଯାଇଛି । ଏନେଇ ଜଣେ ଦୃଷ୍ଟିହୀନ ମହିଳା କହିଛନ୍ତି ଯେ, ଆମେ ଏଥିରୁ ଚଳୁଛୁ । ଆମକୁ ଏଠାରୁ ବେଦଖଲ କରିଦେଲେ ଆମର ପରିବାରରେ ଚୁଲି ଚଳିବନି । ମୋ ଛୁଆପିଲା ପାଞ୍ଚଦିନ ହେଲା କିଛି ଖାଇ ନାହାନ୍ତି ବୋଲି ସେ ଦୁଃଖର ସହ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.