fbpx

ତାତୁଛି ସାରା ଓଡିଶା: ରାଜ୍ୟର ବିଭିନ୍ନ ସହରରେ ଅସହ୍ୟ ଗରମ, ୪୦ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର: ଏପ୍ରିଲ ମାସ ପୂର୍ବରୁ ରାଜ୍ୟବାସୀଙ୍କୁ ଅଥୟ କଲାଣି ଗରମ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଆଞ୍ଚଳିକ ପାଣିପାଗ ବିଭାଗ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ମୋଟ ୫ଟି ସହରରେ ତାପମାତ୍ରା ଏବେ ୪୦ ଡିଗ୍ରୀ ଉପରେ ପହଞ୍ଚିଛି । ତେବେ ଟିଟିଲାଗଡ ଏପର୍ଯ୍ୟନ୍ତ ସବୁଠୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରିଛି । ଏହି ସହରର ତାପମାତ୍ରା ଏବେ ୪୧ ଡିଗ୍ରୀ ଉପରେ ରହିଥିବା ଜଣାଯାଇଛି ।

ଟିଟିଲାଗଡ ବ୍ୟତୀତ ବଲାଙ୍ଗୀର, ବାରିପଦା, ସମ୍ବଲପୁର ଏବଂ ବୌଦ୍ଧରେ ଏହି ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୦.୫ ରହିଥିବା ବେଳେ ବାରିପଦା, ସମ୍ବଲପୁର ଏବଂ ବୌଦ୍ଧରେ ତାପମାତ୍ରା ୪୦୦ ରହିଛି । ତେବେ ରାଜଧାନୀ ଭୁବନେଶ୍ୱରରେ ୩୭.୮୦ ତାପମାତ୍ରା ସହ ଗରମ ସାମାନ୍ୟ କମ ଅନୁଭୂତ ହୋଇଛି । ସେହିପରି ସିଲଭର ସିଟି କଟକରେ ୩୭.୨ଡିଗ୍ରୀ ସେଲସିୟସରେ ରହିଛି ତାପମାତ୍ରା ।

Get real time updates directly on you device, subscribe now.