fbpx

Pine Nuts ଖାଇବା ଦ୍ୱାରା ହୋଇଥାଏ ଅନେକ ଫାଇଦା: ଜାଣନ୍ତୁ କ’ଣ ହୋଇଥାଏ ଉପକାର

Advertisement

ଓଡିଶା ଭାସ୍କର: ଆପଣମାନେ ଅନେକ ପ୍ରକାର ବାଦାମ ଖାଇଥିବେ । ଯେପରି କାଜୁ ବାଦାମ, ଚିନା ବାଦାମ, ଆଲମଣ୍ଡ । ଏଥିରେ ଅନେକ ପ୍ରକାରର ପୋଷଣ ତତ୍ତ୍ୱ ରହିଥାଏ । କିନ୍ତୁ ଆଜି ଆମେ ଏପରି ଏକ ବାଦାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇବା ଦ୍ୱାରା ଏକା ସାଙ୍ଗରେ ମିଳିଥାଏ ଅନେକ ଫାଇଦା । Pine Nuts ଏହି ବାଦାମଟି ଛୋଟ ଛୋଟ ଦେଖାଯାଇଥାଏ । ପ୍ରତ୍ୟେକ ଗ୍ରୋସରୀ ଦୋକାନ ବା ମଲରେ ଏହା ଆପଣ ପାଇ ପାରିବେ । ଯଦି ଏହି ବାଦମକୁ ଆପଣ ପ୍ରତ୍ୟେକ ଦିନ ଖାଦ୍ୟାରେ ସାମିଲ କରିବେ, ତେବେ ଆପଣଙ୍କୁ ଆଇରନ, ଡାଏଟାରୀ ଫାଇବର, ମ୍ୟଗ୍ନେିୟମ, ଫସଫରସ, ପ୍ରୋଟିନ, ଭିଟାମିନ-ଇ, ଭିଟାମିନ-କେ, ଜିଙ୍କ, କ୍ୟାଲସିୟମ ଓ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ପୋଷକ ତତ୍ତ୍ୱ ପାଇ ପାରିବେ । ଆୟୁର୍ବେଦରେ ଏହି ବାଦମରେ ଔଷଧ ତିଆରି କରାଯାଇଥାଏ । ଏହି ବାଦାମ ଖାଇବା ଦ୍ୱାରା ଅନେକ ରୋଗ ଦୂରେଇଯାଇଥାଏ । ଆସନ୍ତୁ ଜାଣିବା ଏହା ଖାଇବା ଦ୍ୱାରା କଣ ଲାଭ ହୋଇଥାଏ ।

୧. ଅନ୍ୟ ବାଦାମ ଅପେକ୍ଷା Pine Nuts ଖାଇଲେ ଆପଣଙ୍କ ରକ୍ତରେ ସୁଗାର ସ୍ତରକୁ କଣ୍ଟ୍ରୋଲ ରଖିଥାଏ । ଏଥିରେ ଫ୍ୟାଟ, ଫାଇବର, ପ୍ରୋଟିନ, ମ୍ୟାଗନେସିୟମ ସନ୍ତୁଳନ ରହିବା କାରଣରୁ ଇନସୁଲିନ ସ୍ତର ଠିକ ରହିଥାଏ । ଡାଇବେଟିସ ରୋଗୀଙ୍କ ଲାଗି ଏହା ବେଶ ଉପକାରୀ ହୋଇଥାଏ ।

୨. ମସ୍ତିଷ୍କକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣ ପାଇନ ନଟସକୁ ସବୁଦିନ ଖାଇପାରିବେ । ଏଥିରୁ ଓମେଗା ଫ୍ୟାଟି ଏସିଡ ପ୍ରଚୁର ମିଳିବ । ଏହା ମସ୍ତିସ୍କ କୋଷଗୁଡିକର ଠିକ୍ ଭାବରେ କାର୍ଯ୍ୟ କରିବା ସହ ରକ୍ତର ପ୍ରଭାବ ବଢାଇବା ସହ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ ।

୩. ଯଦି ଆପଣ ହାର୍ଟ ଜନିତ ଗୁରୁତର ସମସ୍ୟାରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଏହି Pine Nutsକୁ ଖାଇ ପାରିବେ । ଏହା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ । ଏତିକି ନୁହେଁ ଏହା ଆପଣଙ୍କ ଶରୀରରୁ ଖରାପ କେଲୋଷ୍ଟ୍ରଲ ବାହାର କରି ଦେଇଥାଏ ଓ ଉଚ୍ଚ ରକ୍ତଚାପକୁ ମଧ୍ୟ କଣ୍ଟ୍ରୋଲ କରିଥାଏ ।

୪. ଭିଟାମିନ-ଇ Pine Nutsରେ ଭରପୁର ଥିବାରୁ ଏହା ସ୍କିନକୁ ସୁସ୍ଥ ରଖିଥାଏ ଓ ଚର୍ମକୁ ଉଜ୍ଜ୍ୱଳ ରଖିବା ସହ ଚର୍ମରୋଗର ଆଶଙ୍କା କମ କରାଇଥାଏ । ତେଣୁ ପ୍ରତ୍ୟେକ ଦିନ ଆପଣ ଏହାକୁ ଖାଦ୍ୟରେ ସାମିଲ କରିବାକୁ ଚେଷ୍ଟା କରନ୍ତୁ ।

୫. ଏଥିରେ ଡାଏଟାରୀ ଫାଇବର ଅଧିକ ଥିବାରୁ ଏହା ଆପଣଙ୍କର ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଏହା ଫାଇବର ଯୁକ୍ତ ଖାଦ୍ୟ ହୋଇଥିବାରୁ ପେଟକୁ ସମ୍ପୂର୍ଣ୍ଣ ଠିକ ରଖିଥାଏ ।

Get real time updates directly on you device, subscribe now.