fbpx
BJD
BJD SKY
BJD SKY

ଗଛ ପକାଇ ମାଓବାଦୀଙ୍କ ରାସ୍ତାରୋକ

କନ୍ଧମାଳ, ୨୮ା୧୨ (ଓଡିଶା ଭାସ୍କର): କନ୍ଧମାଳରେ ମାଓବାଦୀଙ୍କ ଉତ୍ପାତ ଆରମ୍ଭ ହୋଇଛି । ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛନ୍ତି । କୋଟଗଡ଼-ମୁନିଗୁଡ଼ା ରାସ୍ତାର ବଣ୍ଡା ପିପିଲିରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ।

ଏଥିସହ ମାଓବାଦୀମାନେ ସିଆରପିଏଫ କ୍ୟାମ୍ପ ନିର୍ମାଣକୁ ବିରୋଧ କରିଛନ୍ତି । ଗଞ୍ଜେଇ ଗଛ ନଷ୍ଟ ନକରିବାକୁ ଚେତାବନୀ ଦେଇଛନ୍ତି । ପୋଲିସର ଦମନ ନୀତିକୁ ମଧ୍ୟ ବିରୋଧ କରିଛନ୍ତି । ଏହି ଗଛ ପକାଇବା ଦ୍ୱାରା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ମାଓ ପୋଷ୍ଟରକୁ ନେଇ ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି ।

Get real time updates directly on you device, subscribe now.