fbpx

ପୁଣି ମାଓ ତାଣ୍ଡବ: ଘରୁ ଡାକିନେଇ ଜଣଙ୍କୁ ହତ୍ୟା

Advertisement

ଚିତ୍ରକୋଣ୍ଡା, ୨୪ା୧୨: ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଜଣଙ୍କୁ ହତ୍ୟା କରିଛନ୍ତି । ମାଓବାଦୀମାନେ ତାଙ୍କୁ ଘରୁ ଡାକି ନେଇ ଧାରୁଆ ଅସ୍ତ୍ର ଦ୍ୱାରା ହତ୍ୟା କରିଛନ୍ତି । ଆନ୍ଧ୍ରପ୍ରଦେଶର ପେଦାବାଇଲୁ ବ୍ଲକ ଚିନ୍ତାଗୁରୁ ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ମୃତକ ଜଣକ ହେଉଛନ୍ତି ଚିନ୍ତାଗୁରୁ ଗାଁର ସତୀଶ ବାବୁ । ବିଳମ୍ବିତ ରାତିରେ ସତୀଶଙ୍କୁ ୨୦ରୁ ଅଧିକ ମାଓବାଦୀ ଘରୁ ଡାକି ନେଇଥିଲେ । ଘଟଣାସ୍ଥଳରେ ମାଓବାଦୀ ଏକ ଚିଠି ଛାଡ଼ିଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.