fbpx

କରୋନା ଭାଇରସ୍, ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ପାଳନ କରିବାକୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ, ୧୯ା୩: କରୋନା ସ୍ଥିତି ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କରୋନା ଭାଇରସ୍ ସାରା ବିଶ୍ୱରେ ମାନବ ଜାତି ପାଇଁ ଏକ ସଙ୍କଟ । ପ୍ରଥମ ବିଶ୍ୱଯୁଦ୍ଧରେ ବି ଏତେ ଦେଶ ପ୍ରଭାବିତ ହୋଇନଥିଲେ । ଭାରତବାସୀ କରୋନାରେ ଦୃଢ଼ ମୁକାବିଲା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରତ୍ୟେକ ଭାରତୀୟଙ୍କୁ ସଚେତନ ରହିବାକୁ ମୋଦି ପରାମର୍ଶ ଦେଇଛନ୍ତି । ବୈଷୟିକ ମହାମାରୀ କରୋନାଠୁ ନିଶ୍ଚିତ ହେବାର ସମୟ ନୁହେଁ ବରଂ କରୋନାଠାରୁ ଏବେ ସତର୍କ ରହିବାର ସମୟ । କାରଣ ଏପର୍ଯ୍ୟନ୍ତ କରୋନା ପାଇଁ କୌଣସି ପ୍ରତିଷେଧକ ବାହାରିନାହିଁ । କରୋନା ମୁକାବିଲା ପାଇଁ ସଙ୍କଳ୍ପ ଓ ସଂଯମ ରକ୍ଷା କରିବାକୁ ମୋଦି ଆହ୍ନାନ କରିଛନ୍ତି । ସଂକ୍ରମିତ ହେବାରୁ ବଞ୍ଚିବା ସହ ଅନ୍ୟକୁ ବଞ୍ଚାଇବାକୁ ସଂଙ୍କଳ୍ପ ନେବା ବୋଲି ସେ କହିଛନ୍ତି । ଏହାସହ ଭିଡ଼କୁ ନଯିବା ସହ ଆବଶ୍ୟକ ନଥିଲେ ଘରୁ ନବାହାରିାକୁ ପରାମର୍ଶ ଦିଆଯାଇଛି । ୬୦ରୁ ଅଧିକ ବର୍ଷୀୟ ବ୍ୟକ୍ତିଙ୍କୁ ଘରୁ ନବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
କରୋନା ପାଇଁ ଜନତା କର୍ଫ୍ୟୁ ପାଳନ ପାଇଁ ଆହ୍ୱାନ କରିଛନ୍ତି ମୋଦି । ଚଳିତମାସ ୨୨ରେ ଜନତା କର୍ଫ୍ୟୁ ପାଳନ କରନ୍ତୁ । ସବୁ ରାଜ୍ୟର ସରକାର ସକାଳ ୭ଟାରୁ ରାତି ୯ଟା ଯାଏଁ ଜନତା କର୍ଫ୍ୟୁ ପାଳିବାକୁ ମୋଦି ଆହ୍ୱାନ କରିଛନ୍ତି । ୨୨ମାର୍ଚ୍ଚ ରବିବାର ନିଜ ଘରେ ଦେଶବାସୀ ରୁହନ୍ତୁ । ଜଣେ ଲୋକ ୧୦ଜଣଙ୍କୁ ଫୋନ କରି ଏହି ସୂଚନା ଦିଅନ୍ତୁ । ମିଡ଼ିଆ ସଦସ୍ୟ, ଡାକ୍ତର, ପୋଲିସ ଲୋକଙ୍କ ସେବାରେ ନିୟୋଜିତ ରହିଛନ୍ତି ।ସେହିପରି ସଫେଇ କର୍ମଚାରୀଓ ନର୍ସ ଲୋକଙ୍କ ସେବାରରେ ରହିଛନ୍ତି । ରବିବାର ସନ୍ଧ୍ୟା ୫ଟାରେ ୫ମିନିଟ୍ ପାଇଁ ଏଭଳି ଲୋକଙ୍କୁ ଧନ୍ୟବାଦ ଜଣାନ୍ତୁୁ । ତାଳିମାରି ଥାଳି ବଜାଇ ଧନ୍ୟବାଦ ଜ୍ଞାପନ କରନ୍ତୁ । ରବିବାର ସନ୍ଧ୍ୟା ୫ଟାରେ ସାଇରନ ମଧ୍ୟ ବାଜିବ ।
ଏହାସହ ସେ କହିଛନ୍ତି ଯେ ଦେଶରେ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ । ଦରକାର ନଥିଲେ ଅଯଥାରେ ଖାଦ୍ୟ ସାମଗ୍ରୀ ଜମା କରନ୍ତୁନି । ଗୁଜବରେ ଜମା ବିଶ୍ୱାସ କରନ୍ତୁ ନାହିଁ ବୋଲି ମୋଦି କହିଛନ୍ତି । କରୋନା ପାଇଁ ଟାସ୍କ ଫୋର୍ସ ଗଠନ କରାଯିବ । ମହାମାରୀ କରୋନାଠାରୁ ପୂରା ମାନବଜାତି ଜିତିବ । ଭାରତ ମୁକାବିଲା କରି କରୋନାଠାରୁ ନିଶ୍ଚୟ ଜିତିବ । ସମସ୍ତେ ସଙ୍କଳ୍ପ ନିଅନ୍ତୁ ଯେ ନିଜେ ବଞ୍ଚିବା ପୂରା ଭାରତକୁ ବଞ୍ଚାଇବା ।

Get real time updates directly on you device, subscribe now.