ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳା ପୁଳା ଗଂଜେଇ। ଏହାର ମୂଲ୍ୟ ପାଖାପାଖି 30 କୋଟି କୁହାଯାଉଥିବାବେଳେ ଏହି ଘଟଣାରେ ବ୍ୟାଙ୍କକ ବିମାନରେ ଆସିଥିବା 3 ଯୁବକଙ୍କୁ ଅଟକ ରଖାଯାଇ କରାଯାଉଛି ପଚରାଉଚରା।
ଏହି 3 ଯୁବକ ଉତ୍ତରପ୍ରଦେଶ ଅଞ୍ଚଳର ହୋଇଥିବା ସୂଚନା ମିଳିଛି, ଯାହାଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ ବିଭାଗ। ଏତେ ପରିମାଣର ଗଂଜେଇ କେଉଁଠୁ ଆସିଲା କାହିଁକି ଆସିଲା ସେସବୁକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି।
ଏହି ଘଟଣା ସମ୍ବନ୍ଧରେ ପୋଲିସ 3 ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଯେଉଁମାନେ କି ଉତ୍ତରପ୍ରଦେଶର ବୋଲି ସୂଚନା ମିଳିଛି।