fbpx

IPL-2023ରୁ ମାର୍କ ଉଡ ନେବେ ବିଦାୟ: ଟୁର୍ଣ୍ଣାମେଣ୍ଟ ମଝିରେ ସୁପର ଜିଆଣ୍ଟସକୁ ଝଟକା

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଦମଦାର ବୋଲିଂର ଜଲୱା ଦେଖାଉଛନ୍ତି ଲକ୍ଷେ୍ନø ସୁପର ଜିଆଣ୍ଟସର ଷ୍ଟାର ବୋଲର ମାର୍କ ଉଡ୍ । କିନ୍ତୁ ଆଇପିଏଲ ଶେଷ ହେବା ପୂର୍ବରୁ ସେ ଦଳ ଛାଡି ପାରନ୍ତି ବୋଲି ଜଣାଯାଇଛି । ଏହି ଖବର ପରେ ସୁପର ଜିଆଣ୍ଟସ କ୍ୟାମ୍ପରେ ଏବେ ଚିନ୍ତା ବଢି ଯାଇଛି । ଦଳର ସବୁଠାରୁ ସଫଳ ବୋଲର ମାର୍କ ଉଡ୍ ଟିମ ପାଇଁ ନକ୍ ଆଉଟ ଭଳି ମ୍ୟାଚ ଗୁଡିକରେ ଆବଶ୍ୟକତା ରହିଛି । ସେପଟେ ଅସୁସ୍ଥତା ଯୋଗୁଁ ଗତ ଦୁଇଟି ମ୍ୟାଚରେ ମଧ୍ୟ ସେ ଖେଳିପାରି ନାହାନ୍ତି ।

ସୂଚନା ଅନୁସାରେ, ଇଂଲଣ୍ଡର ଏହି ଷ୍ଟାର ବୋଲର ଖୁବଶୀଘ୍ର ପିତା ହେବାକୁ ଯାଉଛନ୍ତି । ଗର୍ଭବତୀ ଅବସ୍ଥାରେ ପତ୍ନୀ ସାରାହ ଇଂଲଣ୍ଡରେ ଥିବାରୁ ମାର୍କ ଉଡ ସ୍ୱଦେଶ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ମେ’ ଶେଷ ସପ୍ତାହରେ ତାଙ୍କର ପ୍ରସବ କରାଯାଇପାରେ । ତେଣୁ ଏଭଳି ସମୟରେ ସେ ପତ୍ନୀଙ୍କ ସହ ରହିବାକୁ ଚାହୁଁଛନ୍ତି । ତେଣୁ ଆଇପିଏଲ ସରିବା ପୂର୍ବରୁ ସେ ସ୍ୱଦେଶ ଫେରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ବର୍ତ୍ତମାନ ଦଳକୁ ଚିନ୍ତାରେ ପକାଇ ଦେଇଛି । ପ୍ରଥମ ମ୍ୟାଚରେ ସେ ୫ ୱିକେଟ ନେଇ ସୁପର ଜିଆଣ୍ଟସକୁ ଦମଦାର ବିଜୟ ଭେଟି ଦେଇଥିଲେ ।

IPL 2023: Wood Makes His 'Mark' With a Fifer, as Lucknow Super Giants Hand  Delhi Capitals a 50-Run Defeat

ଆଇପିଏଲର ଗ୍ରୁପ ଷ୍ଟେଜର ଶେଷ ମ୍ୟାଚ ମେ’ ୨୧ ତାରିଖରେ ଖେଳାଯିବାକୁ ଥିବା ବେଳେ ଲକ୍ଷେ୍ନø ୨୦ ତାରିଖରେ କୋଲକାତା ବିପକ୍ଷରେ ନିଜର ଶେଷ ମ୍ୟାଚ ଖେଳିବ । ଏହାପରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ପ୍ଲେଅଫ୍ । ତେବେ ଲକ୍ଷେ୍ନø ସୁପର ଜିଆଣ୍ଟସ ମଧ୍ୟ ପ୍ଲେଅଫରେ ନିଜ ସ୍ଥାନ ହାସଲ କରିପାରେ । ତେଣୁ ଦଳ କ୍ୱାଲିଫାଏ କଲେ ମାର୍କ ଉଡଙ୍କ ଅନୁପସ୍ଥିତି କେ.ଏଲ ରାହୁଲଙ୍କ ପାଇଁ ଅସୁବିଧା ହୋଇପାରେ । ତେବେ ସୁପର ଜିଆଣ୍ଟସ ବର୍ତ୍ତମାନ ସୁଦ୍ଧା ୭ ଟିମ ମ୍ୟାଚରୁ ୪ଟି ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ।

Get real time updates directly on you device, subscribe now.