ବିବାହ ଏକ ଆଇନଗତ ଚୁକ୍ତି ନୁହେଁ, ଗଭୀର ବନ୍ଧନ: ହାଇକୋର୍ଟ

ହିଂସାକୁ ନେଇ ବିବାହ ବିଚ୍ଛେଦ ଆବେଦନ କରାଯାଇଥାଏ ସେତେବେଳେ ଆବଶ୍ୟକ ପ୍ରମାଣର ମଧ୍ୟ ଜରୁରୀ ।

ଭୁବନେଶ୍ବର: ପାରିବାରିକ ହିଂସା  ଓ ବିବାହ ବିଚ୍ଛେଦ ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରିବା ବେଳେ ହାଇକୋର୍ଟର ବିଚାରପତି ଜଷ୍ଟିସ ବିପି ରାଉତରାୟ ଏବଂ ଜଷ୍ଟିସ ଚିତ୍ତରଞ୍ଜନ ଦାସ ନେଇ ଗଠିତ ଖଣ୍ଡପୀଠ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ।

ବିବାହ କେବଳ ଆଇନଗତ ଚୁକ୍ତି ନୁହେଁ ବରଂ ଏହା ଏକ ଗଭୀର ବନ୍ଧନ ବୋଲି କୁହାଯାଇଛି । ଏହି ବନ୍ଧନ କେବଳ ବିଶ୍ବାସ, ଭାବର ଆଦାନ ପ୍ରଦାନ ଏବଂ ସମ୍ମାନ ଦ୍ବାରା ତିଷ୍ଠି ରହିପାରିବ ବୋଲି କୁହାଯାଇଛି ।

କିନ୍ତୁ ଯେତେବେଳେ ସମ୍ପର୍କରେ ଫାଟ ଆସେ ସେତେବେଳେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଥାଏ ଏବଂ ବିବାହ ବିଚ୍ଛେଦ ନେବା ପାଇଁ ନିଷ୍ପତ୍ତି ନେଇଥାନ୍ତି । ଯେତେବେଳେ ହିଂସାକୁ ନେଇ ବିବାହ ବିଚ୍ଛେଦ ଆବେଦନ କରାଯାଇଥାଏ ସେତେବେଳେ ଆବଶ୍ୟକ ପ୍ରମାଣର ମଧ୍ୟ ଜରୁରୀ ବୋଲି କୁହାଯାଇଛି ।

ଖବର ଅନୁସାରେ, ତନୟା ମିଶ୍ରଙ୍କ ସହିତ ସତ୍ୟଶଙ୍କର ପଣ୍ଡାଙ୍କର 2015 ମସିହା ଜାନୁଆରୀ 30 ତାରିଖରେ ବିବାହ ହୋଇଥିଲା । ବିବାହର କିଛି ଦିନ ଭଲରେ ଚାଲିବା ପରେ କଳହ ଦେଖାଯାଇଥିଲା । ଏନେଇ ତନୟା ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ।

ଭୁବନେଶ୍ବର ପାରିବାରିକ ଅଦାଲତରେ ଅଭିଯୋଗ କରିଥିଲେ । 2023 ମସିହା ଡିସେମ୍ବର 12 ତାରିଖରେ କୋର୍ଟ ପିଟିସନକୁ ଖାରଜ କରିଦେଇଥିଲେ । ଏହାପରେ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ତେବେ ହାଇକୋର୍ଟ ମାଗିଥିବା ଡକ୍ୟୁମେଣ୍ଟ ଦେବାରେ ବିଫଳ ହୋଇଥିଲେ ତନୟା । ଫଳରେ ପାରିବାରିକ ଅଦଲତଙ୍କ ରାୟରେ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ ବୋଲି କହିବା ସହିତ ପିଟିସନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ ।