fbpx

ଓଡ଼ିଆ ଯୋଦ୍ଧାଙ୍କୁ ମରଣୋତ୍ତର ବୀର ଚକ୍ର ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ବୀର ନୁଦୁରାମ ସୋରେନଙ୍କୁ ମରଣୋତ୍ତର ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ପତ୍ନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଗତବର୍ଷ ଗଲୱାନ ଘାଟିରେ ଚୀନ ସେନା ସହ ସଂଘର୍ଷରେ ନାଏବ ସୁବେଦାର ନୁଦୁରାମ ସହୀଦ ହୋଇଥିଲେ ।

ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ନୁଦୁରାମ ଜନ୍ମଗ୍ରହଣ କରିଥିଲେ । ଚଳିତ ବର୍ଷ ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ବୀର ଚକ୍ର ପୁରସ୍କାର ପାଇଁ ତାଙ୍କର ନାମ ଘୋଷଣା କରାଯାଇଥିଲା । ଗତବର୍ଷ ଚୀନ ସେନା ସହ ଲଢ଼ି ପ୍ରାଣବଳୀ ଦେଇଥିବା ୨୦ ଜଣ ବୀର ଯବାନଙ୍କ ମଧ୍ୟରେ ନୁଦୁରାମ ସାମିଲ ଥିଲେ । ସେ ୧୯୯୭ରେ ଭାରତୀୟ ସେନାରେ ଯୋଗଦେବା ପରେ ବିହାର ରେଜିମେଣ୍ଟର ୧୬ତମ ବାଟାଲିୟନରେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ନୁଦୁରାମଙ୍କ ପରିବାରରେ ତାଙ୍କର ଧର୍ମପତ୍ନୀ ଓ ୩ଟି ଝିଅ ଅଛନ୍ତି ।

Get real time updates directly on you device, subscribe now.